କଳା କୃଷି ଆଇନ ପ୍ରତ୍ୟାହାର ପରେ ବରଗଡ଼ରେ ଆପ୍ ପକ୍ଷରୁ ବିଜୟ ଉତ୍ସବ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତିନି କଳା କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ମିଳିଛି ବଡ଼ ସଫଳତା । ଆଜି ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀ ଓ ପ୍ରକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହି ଖବର ଆସିବା ପରେ ଆନନ୍ଦର ଲହରି ଖେଳି ଯାଇଛି ବରଗଡ଼ ଆମ୍ ଆଦମୀ ପାର୍ଟି ପକ୍ଷରୁ ସହରରେ ଏକ ବିଜୟ ଉତ୍ସବ ପାଳନ କରାଯାଇଛି । ଗାନ୍ଧୀଛକଠାରେ ଆପ୍‌ର କର୍ମୀମାନେ ଏକତ୍ରିତ ହୋଇ ଏହି ଐତିହାସିକ ବିଜୟକୁ ପାଳନ କରିଥିଲେ । ଏହି ଆନ୍ଦୋଳନରେ ସାତ ଶହରୁ ଅଧିକ ଚାଷୀ ପ୍ରାଣ ହରାଇଥିବା ବେଳେ ଦୀର୍ଘ ବର୍ଷେରୁ ଅଧିକ ହେବ ଚାଷୀମାନେ ଆଇନକୁ ହଟେଇବାକୁ ଆନ୍ଦୋଳନ କରୁଥିଲେ । ଗତ ଡିସେମ୍ବର ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପି ଆନ୍ଦୋଳନ ହୋଇଥିଲା । ବରଗଡ଼ ଗୁରୁଦ୍ୱାରା ଛକ, ଏସ୍ ପି ଅଫିସ ଛକ, କଚେରୀ ଛକ, ଥାନା ଛକ, ଅଗ୍ରସେନ ଛକରେ ଆପ୍ କର୍ମୀମାନେ ସ୍ଲୋଗାନ ଓ ଗୀତ ଗାଇ ଏହି ବିଜୟ ଉତ୍ସବ ପାଳନ କରିଥିଲେ । ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ଆଇନଜୀବୀ ରମେଶ ପତି, ସ୍ୱରୂପ ଭୋଇ, ମହିଳା ନେତ୍ରୀ ମରିୟମ ବାର୍ଳା, ସୁଦାମ ସାହୁ, ଅସିତ ସାହୁ, ଧ୍ୟାନ ଦୀପକ, ଏସ. ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.