centurian jitm

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ସମ୍ବଲପୁର ଦଳ ବିଜୟୀ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ସାଂସଦ ତଥା ରାଜ୍ୟ ହାଇସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ତଥା ଫାଓ ଓଡିଶା ସଭାପତି ଡ. ଶ୍ରୀକର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବଲପୁର ଦଳ ୨-୧ ଗୋଲରେ ବରଗଡ ୟୁନାଇଟେଡ୍‌ ଦଳକୁ ହରାଇ ବିଜୟୀ ହୋଇଥିଲେ । ଖେଳକୁ ରେଫରି ଭାବରେ ଶଶିକାନ୍ତ ଦାସିଆ (ବୌଦ୍ଧ), ସୁଶାନ୍ତ ନାଗ, ଜଳନ୍ଧର ସାହୁ ଓ ଜିତୁ ଦଳାଇ ପରିଚାଳନା କରିଥିଲେ । ସୁଦୟ ବାରିକ ମ୍ୟାଚ୍‌ କମିଶନର ଭାବେ ଦାୟିତ୍ୱ ତୁଳାଇଥିଲେ । ଜିଲ୍ଲା କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା ଓ ଦିଲ୍ଲୀପ ସେଠ ମଂଚାସୀନ ଥିଲେ । କ୍ଲବର ପୁରାତନ ଖେଳାଳି ମହାବୀର ତାଣ୍ଡି, ନବୀନ ସାଗର, ଉମେଶ ନାଗ ଓ ଅସିମ ପାଲଙ୍କୁ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସିସିଏଫ୍‌ଏ କ୍ଲବର ଉପ-ସଭାପତି ଗମନିଏଲ ନାଗ, ସଂପାଦକ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ସରଜୁ ନାଗ, ଅଡିଟର ଶୋଭନ କୁମାର ଦାଶ, ପରିଚାଳନା କମିଟି ସଦସ୍ୟ ସାନ୍ତନୁ ନାଗ, ପୃଥେଶ୍ୱର ନାଗ, ବରିଷ୍ଠ ସଦସ୍ୟ ଶ୍ରୀଧର ସେଠ, ବିରେନ୍ଦ୍ର ସୁନା, ସୁବୋଧ ବାଗ, ପ୍ରଦ୍ୟୁମ୍ନ ନନ୍ଦ, ଜୀବନ ସୁନା, ରାଜକିଶୋର ବାଗ ପ୍ରମୁଖ ସଭ୍ୟବୃନ୍ଦ ସହଯୋଗ କରିଥିଲେ । ୧୪ ତାରିଖ ବୁଧବାର ବିଏନ୍‌ଏଏ ଜରାସିଂହା ଓ ସିସିଏଫ୍‌ଏ ବଲାଙ୍ଗିର ଦଳ ମଧ୍ୟରେ ଖେଳ ହେବ ବୋଲି ଆୟୋଜନ କମିଟି ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.