ପଦ୍ମପୁର ବିଧାନସଭା ଆସନ ଖାଲି ହେବା ନେଇ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବିଧାନସଭାର ବରଗଡ ଜିଲ୍ଲାର ୦୧- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ଷୋଡଶ ବିଧାନସଭାକୁ ନିର୍ବାଚିତ ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କର ଚଳିତ ମାସ ୩ ତାରିଖ (ସୋମବାର) ଦିନ ପରଲୋକ ଘଟିଛି । ତାଙ୍କ ବିୟୋଗରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ମର୍ମରେ ତାଙ୍କ ବିୟୋଗରେ ଓଡିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ସଚିବ ଶ୍ରୀ ଦାଶରଥି ଶତପଥୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଓଡିଶା ଗେଜେଟ୍‌ରେ ପ୍ରକାଶିତ ହୋଇଛି । ବିଧାନସଭା ପକ୍ଷରୁ ଜାରି ବିଜ୍ଞପ୍ତିର ମୁଖ୍ୟ ନିର୍ବାଚନ ଆୟୁକ୍ତ, ନୂଆଦିଲ୍ଲୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା, ସମସ୍ତ ବିଧାୟକ/ସାଂସଦ, ଲୋକସଭା ଏବଂ ରାଜ୍ୟସଭାର ମହାସଚିବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଏବଂ ଏଥିସହିତ ସଂପୃକ୍ତ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।

Leave A Reply

Your email address will not be published.

error: Content is protected !!