oom

ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ

jsmm

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଟଗାଁଠାରେ ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଅତିରିକ୍ତ ଶିକ୍ଷା ଅଧିକାରୀ ନୀଳମଣୀ ପଣ୍ଡା ଓ ଲଛମନ ପ୍ରଧାନ, ଜ଼ିଲ୍ଲା ସଂଯୋଜକ ଆନନ୍ଦ ବଡ଼ପଣ୍ଡା, ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ, ବିଚାରକ ଭାବରେ ସୁନୀଲ କୁମାର ବେହେରା ଓ ଦିଲ୍ଲୀପ ମହାରଣା ମଂଚାସୀନ ଥିଲେ । ବ୍ଲକର ୨୦ଟି ବିଦ୍ୟାଳୟରୁ ୪୦ ଜଣ ଶିଶୁ ବିଜ୍ଞାନୀ ସହ କୋଡିଏ ଜଣ ମାର୍ଗଦର୍ଶକ ଶିକ୍ଷକ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଶିଶୁ ରୋଗ ବିଶେଷଜ୍ଞ ଡା. ନିହାର ପଟ୍ଟନାୟକ ଯୋଗଦେଇ ଶିଶୁ ବିଜ୍ଞନୀମାନଙ୍କୁ ଉତ୍ସାହିତ କରିଥିଲେ । ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଅଙ୍କିରିଆପଦରର ଇସାରାଣୀ ବଗର୍ତ୍ତୀ, ସରକାରୀ ଉଚ୍ଚ ବିଦ୍ୟାଳୟ ଭାଲେରର ପ୍ରତିଭା ନାଏକ, ସୁରଜମଲ ଉଚ୍ଚ ବିଦ୍ୟାଳୟ ସାଉନ୍ତପୁରର ଅଲିଶା ତାଣ୍ଡି, ବିନୋବା ଉଚ୍ଚ ବିଦ୍ୟାଳୟ ଛାତମଖନାର ସଞ୍ଚିତା ଭୋଇ, ଅଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଅଟଗାଁର ଟଙ୍କଧରଙ୍କ ପ୍ରକଳ୍ପମାନ ଶ୍ରେଷ୍ଠ ବିବେଚିତ ହୋଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଆନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଧନ୍ୟବାଦ ଅର୍ପଣ କରିଥିଲେ ପଦ୍ମିନୀ ସାହୁ ।

jittmm
Leave A Reply

Your email address will not be published.