- ଚେଷ୍ଟା କଲେ ସଫଳତା ମିଳେ
ପୁଇଁନ୍ତଲା, (କେପିଏନ୍ଏସ୍) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଦଶପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ସରୋଜ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ନାୟକ ନିଜ ବକ୍ତବ୍ୟରେ ଚେଷ୍ଟା କଲେ ସଫଳତା ନିଶ୍ଚୟ ମିଳେ ବୋଲି କହିଥିଲେ । ସ୍କୁଲ ପ୍ରତିଷ୍ଠାତା ସଭ୍ୟ ଜଗମୋହନ ଡାଙ୍ଗ, ବ୍ଲକ ଆବାହକ ଗିରିଜା ବାଙ୍କି, ଜିଲ୍ଲା ପରିଷଦ ସଭ୍ୟା ସବିତା ସେଠ, ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ସଂଯୋଜକ ଶ୍ରୀ ନାଏକ ଏହି ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବିଜ୍ଞାନ ମେଳାରେ ୭୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ମୁଖ୍ୟବକ୍ତା ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଅକ୍ଷୟ ମିଶ୍ର, ସମ୍ମାନୀତ ଅତିଥି ଭାବେ ତ୍ରିଲୋଚନ ପାଣ୍ଡେ, ସରପଞ୍ଚ ପୁରବି ବାଗ, ସମିତି ସଭ୍ୟା ପୁଷ୍ପାଞ୍ଜଳି ପାଣ୍ଡେ, ସଙ୍ଗଠନ ସମ୍ପାଦକ ତପନ ସାହୁ ଯୋଗ ଦେଇଥିଲେ । ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଶ୍ରେଷ୍ଠ ୬ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବାକୁ ଘୋଷଣା କରାଯାଇଥିଲା । ମଲମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜିବ ବିଭାର, ଜାମଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ୱଜିତ ପଟ୍ଟନାୟକ, ଓଏଭି ମହିମୁଣ୍ଡା ଜ୍ୟୋର୍ତିମୟୀ ପଧାନ, ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ୱାଗତିକା ମିଶ୍ର, ଆଟଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ଠାକୁର ଓ ପଥର୍ଲା ଉଚ୍ଚ ବିଦ୍ୟାଳୟର ଛାତ୍ର ଅମିତ ନନ୍ଦ । ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ମନୋନିତ ହୋଇଥିଲେ । ବିଚାରକ ଭାବେ ସଞ୍ଜିବନୀ ପଣ୍ଡା, ସିକତା ପଟେଲ ଓ ପର୍ଯ୍ୟବେକ୍ଷକ ଭାବେ ସଦାନନ୍ଦ ଭୋଇ ଯୋଗ ଦେଇଥିଲେ । ପ୍ରଥମ ଓ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶୈଳେନ୍ଦ୍ରୀ ପରିଡା ଓ ଅଞ୍ଜନ ସାଏ । । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଆନନ୍ଦ ବଡପଣ୍ଡା, ପ୍ରେମେନ୍ଦ୍ର ପ୍ରଧାନ, ଇନ୍ଦୁ ଭୂଷଣ ଡାଙ୍ଗ, ସମସ୍ତ ସି.ଆର.ସି.ସି, ବି.ଆର.ସି.ସି., ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ।