oum

ଏମ୍‌ଏସ୍‌ଏସ୍‌ ବିଦ୍ୟାପୀଠରେ ବିଜ୍ଞାନମେଳା

jsm

ଆଠଗଡ଼ : ଆଠଗଡ଼ ବ୍ଲକ ଅଧିନ ଯୋରନ୍ଦା ପଞ୍ଚାୟତର ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ଗୁରୁବାର ଏକ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ କମଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । କୁନିକୁନି ଛାତ୍ରଛାତ୍ରୀ ଏହି ବିଜ୍ଞାନମେଳାରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରୁଥିବା ବେଳେ ଭବିଷ୍ୟତରେ ଉଦ୍ୟମ କରି ସେମାନେ ଜଣେ ଜଣେ ବୈଜ୍ଞାନିକ ହେବାର ଲକ୍ଷ୍ୟ ରଖିବା ଉଚିତ୍‍ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗର୍ନ୍ଧବସେନ ବେଉରା, ସମିତିସଭ୍ୟ ମାନସ କୁମାର ସ୍ୱାଇଁ, ପୁରାତନ ଛାତ୍ର ଗଣେଶ ପ୍ରସାଦ ରାଉତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିବାରେ ଛାତ୍ରଛାତ୍ରୀଙ୍କର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ବିଜ୍ଞାନ ମେଳାରେ ମୋଟ ୨୦ଜଣ ଛାତ୍ରଛାତ୍ରୀ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିବା ବେଳେ କନ୍ତୋଲ ସ୍ଥିତ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ପ୍ରିୟବ୍ରତ ପଟ୍ଟନାୟକ ବିଚାରକ ଭାବେ ଯୋଗଦେଇ ୩ଟି ଉତ୍କୃଷ୍ଟ ପ୍ରକଳ୍ପକୁ ଶ୍ରେଷ୍ଠ ପ୍ରକଳ୍ପ ଭାବେ ମନୋନୀତ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ଗ୍ରାମ୍ୟମେଳା’ ଆୟୋଜିତ ହୋଇଥିଲା । ବିଜ୍ଞାନ ଶିକ୍ଷୟିତ୍ରୀ ଦିପ୍ତୀମୟୀ ନାୟକ ବିଜ୍ଞାନମେଳା ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.