ଟିଟିଲାଗଡ ବିଦ୍ୟୁତ ବିଭାଗର ଗ୍ରାହକ ସେବା କେନ୍ଦ୍ର ଓ ନିଜସ୍ଵ କାର୍ଯ୍ୟାଳୟ ଉଦ୍‌ଘାଟିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବିଦ୍ୟୁତ ବିଭାଗର ଗ୍ରାହକ ସେବା କେନ୍ଦ୍ର ଓ ନିଜସ୍ଵ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟୁତ ବିଭାଗର ବିଭିନ୍ନ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଥିବା ଯୋଗୁଁ ଲୋକେ ହଇରାଣ ହେଉଥିଲେ । ଏହାକୁ ଆଖି ଆଗରେ ରଖି ଲୋକଙ୍କ ନିମନ୍ତେ ହିନ୍ଦୀ ହାଇସ୍କୁଲ ନିକଟରେ ଥିବା କାର୍ଯ୍ୟାଳୟ ପରିସରରେ ଟିପିଓଡବ୍ଲୁ ତରଫରୁ ଦୁଇଟି ନୂତନ କୋଠରୀର ଉଦ୍‌ଘାଟିତ ହୋଇଯାିଛି । ଏହି ଅବସରରେ ମୁଖ୍ୟ କାର୍ଯ୍ୟ ସେବା ଅଧିକାରୀ ସୁମିତ ଘୋଷ, ନିର୍ବାହୀଯନ୍ତ୍ରୀ ରଞ୍ଜନ କୁମାର ନାୟକ, ଟିଟିଲାଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ ବିପିନ ଦୀପ, ବିଦ୍ୟୁତ ବିଭାଗର ଏସ୍‌ଡିଓ ବିନାୟକ ରାଉତ ଉପସ୍ଥିତ ଥିଲେ । ଏହି ଦୁଇଟି କାର୍ଯ୍ୟାଳୟ ଅତ୍ୟାଧୁନିକ ଢାଞ୍ଚାରେ ତିଆରି ହେବା ସହ ଲୋକଙ୍କୁ ସେବା ଯୋଗାଇବାରେ ସୁବିଧା ହେବ ଓ କର୍ମଚାରୀମାନଙ୍କ ପାଇଁ ଭଲ ବ୍ୟବସ୍ଥା ରହିଛି । କାର୍ଯ୍ୟ କରିବାକୁ ଆସୁଥିବା କର୍ମଚାରୀ ବାଇୟୋ ମେଟ୍ରିକ ବ୍ୟବସ୍ଥାରେ ନିଜର ଉପସ୍ଥିତି ଜାହିର କରିବେ । ସବୁ ଅନ୍‌ଲାଇନ ମାଧ୍ୟମରେ ସ୍ଥିତି ନିରୀକ୍ଷଣ, ଅଭିଯୋଗ ଇତ୍ୟାଦି କରିହେବ ବୋଲି ଏସ୍‌ଡିଓ ବିନାୟକ ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.