ସତ୍ୟସାଇ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓରାମପଡା ପ୍ରଶାନ୍ତି ବିହାର ସ୍ଥିତ ସତ୍ୟସାଇ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ଅଧ୍ୟକ୍ଷା ମନୁଜା ମିଶ୍ରଙ୍କ ଅଧ୍ୟକ୍ଷତା, ସମ୍ପାଦକ ଭଗବାନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ବରିଷ୍ଠ ଶିକ୍ଷୟିତ୍ରୀ ସଂଜୁକ୍ତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଏନ୍ଆଇଟିର ପ୍ରାକ୍ତନ ପ୍ରଫେସର ଡଃ ହୃଷିକେଶ ନାଏକ ମୁଖ୍ୟଅତିଥି, ପ୍ରଦ୍ୟୁମ୍ନ ନନ୍ଦ ଓ ପ୍ରାକ୍ତନ ସଭାପତି ଲିଙ୍ଗରାଜ ରଥ ସମ୍ମାନିତ ଅତିଥି ତଥା ସାଇସେବା ସଂଗଠନର ଜିଲ୍ଲା ସଭାପତି ମନୋଜ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ସହ ଆଶିର୍ବଚନ ପ୍ରଦାନ କରିଥିଲେ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ଶିକ୍ଷାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ବିଦ୍ୟାମନ୍ଦିରର ସଭାପତି ତ୍ରିଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଆଲଫା ଦାସ, ମୀନାକ୍ଷୀ ପୃଷ୍ଟି, ରଶ୍ମିତା ଦାସ, ବବିତା ପାତ୍ର, ପିଙ୍କି କୁମାରୀ, ସଂଘମିତ୍ରା ବିଶ୍ୱାଳ, ଲକ୍ଷ୍ମୀ ପ୍ରିୟା ବେହେରା ପ୍ରମୁଖ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.