କ୍ୟାରିୟର ଗାଇଡାନ୍ସ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱ, ବରିଷ୍ଠ ଶିକ୍ଷିକା ନିରୁପମା ପତିଙ୍କରଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସଭାପତି ଏହି କର୍ମଶାଳାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଥମରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ, ବକ୍ତବ୍ୟ ତଥା ବିଭିନ୍ନ ପ୍ରକାରର କ୍ୟାରିୟର ଉପରେ ମତାମତ ପ୍ରଦାନ କରିଥିଲେ । ପାଠଶାଳାର ବରିଷ୍ଠ ଶିକ୍ଷାବିତ ସତ୍ୟରଞ୍ଜନ ମଲ୍ଲିକ ଓ ସୌରଭ କୁମାର ପତି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବରିଷ୍ଠ ଶିକ୍ଷିକା ସୁଜାତା ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ନିବେଦିତା ସାହୁ, ରୀତା ମହାପାତ୍ର, ସରୋଜ ଜେନା, ଛବିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗଡୁଙ୍ଗ, ମିନତୀ ଖମାରୀ, ପୂଜା ସ୍ୱାଇଁ, ହରିଶଙ୍କର କାମିଲା, ସୁଜାତା ମିଶ୍ର, ସୁଶାନ୍ତ ରୟ, ସୁରେଖା ନାୟକ, ସାବିତ୍ରୀ, ପ୍ରତିମା, ଶ୍ରୀମତୀ, ବନିତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ଛବିରାଣୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାଳକ, ବାଳିକା ମାନଙ୍କ ଉଦ୍ଦେଶ୍ୟରେ ଭବିଷ୍ୟତ ଜୀବନରେ ଉତ୍ତମ ଭାବରେ କ୍ୟାରିୟର ଚୟନ କରି ନିଜକୁ ଉତ୍ତମ ପ୍ରତିଭା ସମ୍ପନ୍ନ କରାଇ ଆଗକୁ ଯିବାକୁ ବିଭିନ୍ନ ପ୍ରକାରର ଉପଦେଶ ପ୍ରଦାନ କରିଥିଲେ ।

Leave A Reply

Your email address will not be published.