ରାଉରକେଲା, (ସସ୍ମିତା ପ୍ରଧାନ) : ଚିକଟମାଟି ସ୍ଥିତ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନରେ ତା’ର ପୂର୍ବ ଗୈାରବକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଛି । ରୋହିତ କୁମାର ମାହନ୍ତ ୯୧.୩୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟକୁ ଗୈାରବାନ୍ୱିତ କରିବା ସହ ୭୯ ଜଣ ପ୍ରଥମ ଶ୍ରେଣୀରେ, ୧୬ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥି ମଧ୍ୟରୁ ୬ ଜଣ ୮୦ ପ୍ରତିଶତରୁ ଅଧିକ, ୩୧ ଜଣ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ମଲ୍ଲଙ୍କ ନିର୍ଦ୍ଦେଶନାରେ ପରିଚାଳିତ ଦୀର୍ଘ ୧୭ ବର୍ଷର ଏହି ବିଦ୍ୟାଳୟ ପ୍ରତ୍ୟେକ ବର୍ଷ ଶତ ପ୍ରତିଶତ ସଫଳତା ଅର୍ଜନ କରି ସମଗ୍ର ପଶ୍ଚିମ ଓଡିଶାରେ ନିଜର ନାମକୁ ଗୈାରବାନ୍ୱିତ କରିପାରିଛି । ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ଏକ ଶୈକ୍ଷିକ ବାତାବରଣ ମଧ୍ୟରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବାରୁ ପ୍ରତ୍ୟେକ ବର୍ଷ ଏହି ସଫଳତା ମିଳୁଛି ବୋଲି ଏହାର ଶ୍ରେୟ ଶ୍ରୀ ମଲ୍ଲ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦେଇଛନ୍ତି ।

Next Post