centurian jitm

ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୨୫-୨୬ ଶିକ୍ଷାବର୍ଷର ପ୍ରଥମ ପିଟିଏମ୍ ଅନୁଷ୍ଠିତ

nschool

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକର ପ୍ରାଥମିକ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ପ୍ରଥମ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତୁଷୁରା ଏନ୍‌ଏ‌ସି ଅଧୀନସ୍ଥ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଭିଭାବିକା ଜନନୀ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ବିପିନ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶିକ୍ଷାନୀତି ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ଯୋଗଦେଇ ଅଭିଭାବକମାନେ ନିୟମିତ ବ୍ୟବଧାନରେ ବିଦ୍ୟାଳୟ ପରିଦର୍ଶନରେ ଆସି ଶିଶୁର ଶୈକ୍ଷିକ ଅଗ୍ରଗତି ସଂପର୍କରେ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ । ବିଶିଷ୍ଟ କଳାକାର ପ୍ରିୟବ୍ରତ ଛତ୍ରିଆ (ବଡ) ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୀତ ମାଧ୍ୟମରେ ଅଂଶୁଘାତର ସଚେତନତା କରାଇଥିଲେ । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ ଓ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଗୁଡଭେଲା ବ୍ଲକ୍ ବିଇଓ ନମିତା ରାଣୀ ଭୋଇ ପରିଦର୍ଶନରେ ଆସି ବୈଠକ ସମ୍ପର୍କରେ ଆଲୋଚନା କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ । ଏଥିରେ ୪୩ ଜଣ ଅଭିଭାବକ, ଅଭିଭାବିକା, ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୧ଜଣ ଏସ୍‌ଏମ୍‌ସି ସଦସ୍ୟ ସଦସ୍ୟା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.