
ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର-୬ରେ ବାର୍ଷିକ ଓ.ଭି.ଇ.ପି.(ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ) ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପାଖାପାଖି ଓ.ଭି.ଇ.ପି. ଅନ୍ତର୍ଭୁକ୍ତ ହୋଇ ନଥିବା ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଭାଗ ନେବାର ସୁଯୋଗ ପାଇଥିଲେ । ଉତ୍ସବର ପ୍ରଥମାର୍ଦ୍ଧରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ମହାପାତ୍ର, ଓ.ଭି.ଇ.ପି. ପତାକା ଉତ୍ତୋଳନ ଓ ମଶାଲ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଭିନ୍ନ ବିଭାଗରେ ସର୍ବମୋଟ ନଅଟି ପ୍ରତିଯୋଗିତା, ବିଦ୍ୟାଳୟର ଓ.ଭି.ଇ.ପି. ମାଷ୍ଟର ଟ୍ରେନର ଗୌରବ ମହାନ୍ତ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଦ୍ୱିତୀୟାର୍ଦ୍ଧ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବିଶ୍ରା ଗୋଷ୍ଠୀ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ ଚରିତ୍ର ଗଠନରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ମହାନ୍ତି, ଅଲମ୍ପିକ କ୍ରୀଡ଼ାକୁ ସୂଚାଉଥିବା ପାଞ୍ଚଗୋଟି ରିଂ ବା ଗୋଲକ ଏବଂ ସେଗୁଡ଼ିକର ରଙ୍ଗର ଗୁରୁତ୍ଵ ସମ୍ବନ୍ଧରେ ପିଲାଙ୍କୁ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାମୁଖ୍ୟ ଶ୍ରୀମତୀ ମହାପାତ୍ର, ଅଲମ୍ପିକ୍ କ୍ରୀଡ଼ାରେ ନିହିତ ତିନୋଟି ମୂଲ୍ୟବୋଧ (ବନ୍ଧୁତ୍ୱ, ସମ୍ମାନ ଓ ଉତ୍କର୍ଷ)କୁ ନିଜ ଜୀବନରେ ଆପଣାଇ ପିଲାମାନେ କେମିତି ଆଗକୁ ବଢ଼ି ପାରିବେ, ସେ ସମ୍ବନ୍ଧରେ ସମ୍ୟକ ଧାରଣା ଦେଇଥିଲେ । ଦ୍ୱିତୀୟାର୍ଦ୍ଧର ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସ୍ମିତାମୟୀ ସାମଲ ସୁନ୍ଦର ଭାବେ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ଦୀପିକା ରାଣୀ ଦାସ ପଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସମୟରେ ମନ୍ତ୍ର ଉଚ୍ଚାରଣ ଓ ସଙ୍ଗୀତ ଗାନ କରିଥିଲେ । ଏହି ପୂଜ୍ୟ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ସୁଜାତା ଜେନା ଏବଂ ପ୍ରଭାତ ନଳିନୀ ନାୟକ । ପୁରସ୍କାର ବିତରଣୀ ଉତ୍ସବରେ ସହଯୋଗ କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରତିମା ଘୋଷ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ଅନିମା ମିଶ୍ର । ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଶିକ୍ଷକ ଶିବ ପ୍ରସାଦ ଅଙ୍ଗରାଇ, ମୂରଲୀଧର ବେହେରା, ଜଗନ୍ନାଥ ପରିଡ଼ା, ଆଦିଶେଷ ବେହୁରା ଏବଂ ଶିକ୍ଷୟିତ୍ରୀ ରୋଶଣି ଏକା, ଜେନିପ୍ରିୟା ଲାକ୍ରା, ବବିତା କୁମାରୀ ଜେନା, ନିବେଦିତା ଶତପଥୀ, ପ୍ରୀତିନନ୍ଦା ଚୌଧୁର, ଶ୍ରଦ୍ଧାଞ୍ଜଳି କର ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ କ୍ରୀଡ଼ା ଶିକ୍ଷକ ଗୌରବ ମହାନ୍ତଙ୍କ ସକ୍ରିୟ ତଥା ସୁନ୍ଦର ପରିଚାଳନା ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଫଳତାର ସହିତ ସମାପିତ ହୋଇଥିଲା ।d