oom

ସରକାରୀ ଉଚ୍ଚ ବିଦ୍ୟାଳୟ ତୁଜୁଙ୍ଗର ବାର୍ଷିକ ଉତ୍ସବ

jsmm

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡକାମାଲ ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ତୁଜୁଙ୍ଗର ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନିତ ଅତିଥି ସରପଞ୍ଚ ପଣ୍ଡକାମାଲ ଗ୍ରାମ ପଞ୍ଚାୟତ ରୀନା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ରଞ୍ଜିତା ନାଏକ, ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟ ନାୟକ, ବୃନ୍ଦାବନ ନାଗ ଉପସ୍ଥିତ ରହିଥିଲେ । ଶିକ୍ଷୟିତ୍ରୀ କବିତା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ବାର୍ଷିକ ବିବରଣୀ ଶିକ୍ଷକ ହିଂମାଶୁ ଶେଖର ସିଂ ଭୋଇ ପଠନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ସୁଶାନ୍ତ ନିଖଣ୍ଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.