ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ସମ୍ମିଳନୀ କକ୍ଷରେ ଲୁପୁରସିଂହା ଓ ତାଲମେଂଡା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳକୃଷ୍ଣ ଦାସଙ୍କ ୩୪ ବର୍ଷ ସରକାରୀ ଚାକିରୀରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ମହାମାରୀ ଦ୍ଵିତୀୟ ଲହର କଟକଣା ରହିଥିବାରୁ ସାମାଜିକ ଦୂରତା ଅବଲମ୍ବନ କରି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ବୈଠକରେ ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟର ଶୈଲେଶ ଢେଲକି, ଏକାଉଣ୍ଟ ଅଫିସର, ବ୍ଲକ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଓ ବ୍ଲକର ସମସ୍ତ କର୍ମଚାରୀମାନେ ଯୋଗଦାନ କରିଥିଲେ । ଏହି ବୈଠକରେ ବିଡିଓ ରଘୁନାଥ ପାଣିଗ୍ରାହୀ ଯୋଗଦାନ କରି ଗୋପାଳକୃଷ୍ଣ ଦାସଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗୋପାଳକୃଷ୍ଣ ଦାସଙ୍କ ଜୀବନର ବାକି ସମୟ ନିରୋଗ ଓ ଦୀର୍ଘାୟୁ ହେଉ ବୋଲି କହିଥିଲେ । ଏହା ସହିତ ଅନ୍ୟ ସମସ୍ତ କର୍ମଚାରୀମାନେ ମଧ୍ୟ ସମ୍ମାନୀତ କରି ଦାସ ବାବୁଙ୍କ କର୍ମମୟ ଜୀବନରେ ସେ ଜଣେ କର୍ମଠ, ପରୋପକାରୀ, ମିଷ୍ଟଭାଷୀ, ମେଲାପୀ ଥିଲେ । ତାଙ୍କର ଚାକିରୀ ଜୀବନ କାଳରେ କାହାକୁ ହଇରାଣ ନକରି ସହଯୋଗ କରୁଥିଲେ ସହକର୍ମୀ କହିଥିଲେ । ତାଙ୍କର ଅବଶେଷ ଜୀବନ ସୁଖମୟ ହେଉ ବୋଲି କହିଥିଲେ । ସଂକ୍ରିଡା ଓ ରେଶମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କବି ତରଣୀସେନ ଜେନା ବିଦାୟୀ ଗୋପାଳକୃଷ୍ଣ ଦାସଙ୍କ ଜୀବନୀ ଉପରେ ଏକ ସ୍ୱରଚିତ କବିତା ପାଠ କରିଥିଲେ । ପରିଶେଷରେ ଭେଡେନ ବ୍ଲକର ବଡ଼ବାବୁ ପ୍ରହଲ୍ଲାଦ ଭେସରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.