ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସୋନଗଡ ନଦୀ ଖଣ୍ଡି ଅଞ୍ଚଳର ଏକ ଚାଷ ଜମି ଭିତରେ ଲାଗି ଥିବା ବିଦ୍ୟୁତ୍ ଖୁଣ୍ଟ ଗୋଟିଏ ପଟକୁ ଢ଼ଲେଇ ହୋଇ ବିପଦ ଜନକ ଭାବେ ଲାଗିରହିଛି । ଏହି ଅଞ୍ଚଳରେ କିଛି ଦିନ ହେଲା ଲଗାତାର ଭାବେ ବର୍ଷା ଲାଗି ରହିଥିବା ବେଳେ ଜମିରେ ପାଣି ଜମା ହୋଇଛି । ଫଳରେ ଚାଷ କାର୍ଯ୍ୟ ସମୟରେ ଚାଷୀ ଏହି ବିଦ୍ୟୁତ୍ ଖୁଣ୍ଟ ପାଇଁ ଭୟବିତ ଅବସ୍ଥାରେ ରହିଥିବା ବେଳେ ଅଘଟଣ ଆଶଙ୍କା ଲାଗି ରହିଛି । କେତେ ବେଳେ ଯେ, ଏହି ଖୁଣ୍ଟ ପଡ଼ି ଯାଇପାରେ ଓ ଅଘଟଣ ଘଟିଲେ ଦାୟୀ କିଏ ରହିବେ । ବିଦ୍ୟୁତ ଖୁଣ୍ଟ ଦୁର୍ବଳ ଯୋଗୁଁ ତାର ଗୁଡ଼ିକ ଝୁଲନ୍ତା ଅବସ୍ଥାରେ ରହିଛି । ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ୍ ସଂଯୋଗ ଥିବା ତାର ଚାଷ ଜମି ଉପର ଦେଇ ଯାଇଥିବା ବେଳେ ତାହାର ଗତିବିଧି ଉପରେ ନଜର ରଖୁନଥିବା ନେଇ ସ୍ଥାନୀୟ ବିଦ୍ୟୁତ ବିଭାଗର ଅବହେଳାକୁ ନେଇ ପ୍ରଶ୍ନ ଉଠିଛି । ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଗୋଚର କରିବା ସହ ଏହି ବିଦ୍ୟୁତ୍ ଖୁଣ୍ଟକୁ ସଠିକ୍ ଭାବେ ଲଗାଇ ଏହାର ମରାମତି ପାଇଁ ଯଥା ଶୀଘ୍ର ଉଦ୍ୟମ ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି ।

Prev Post