jayashree

ଗଞ୍ଜାମର ଦୁଇ ଟାଣୁଆ ବିଧାୟିକା ନାମାଙ୍କନ ଭରିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଟାଣୁଆ ନେତ୍ରୀ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କୁ ପୁଣି ସୁଯୋଗ ମିଳିଛି । ଲତିକା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରେ କବିସୂର୍ଯ୍ୟ ନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳ ତରଫରୁ ନିଜର ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । ସେହିପରି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପୁଣି ଥରେ ସୁଯୋଗ ଲାଭ ମିଳିଛି । ଖଲ୍ଲିକୋଟ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଉଦ୍ୟମ ଜାରି ରଖି ଆସିଥିବା ହେତୁ ୨୦୨୪ ସଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ ବିଧାୟିକାଙ୍କୁ ପୁଣି ଥରେ ଟିକଟ ଘୋଷଣା କରିଛନ୍ତି । ଟିକଟ ମିଳିବା ଯୋଗୁଁ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ସେ ସାଧୁବାଦ ଜଣାଇଛନ୍ତି । ଶ୍ରୀମତୀ ବୈଦ୍ୟ ଶୁକ୍ରବାର ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବର୍ଣ୍ଣାଢ଼୍ୟ ପଟୁଆରରେ ଆସି ନିଜର ପ୍ରାର୍ଥୀପତ୍ର ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରେ ଦାଖଲ କରିଛନ୍ତି । ପ୍ରାୟତଃ ୪ ହଜାର ଲୋକଙ୍କ ସମାଗମ ନେଇ ବିରାଟ ପଟୁଆରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଘଣ୍ଟାଘର ଛକ ଠାରୁ ସଦର ଦପ୍ତର ପରିସର ପରିକ୍ରମଣ କରିଥିଲେ ଏବଂ ତାଙ୍କରି କର୍ମୀ, ନେତା, ସମର୍ଥକଗଣ ବିଜୟ ନାରାର ସ୍ଲୋଗାନ ଦେଇଥିଲେ । ଶୁକ୍ରବାର ବିଜୁ ଜନତା ଦଳ ପକ୍ଷରୁ ସୂର୍ଯ୍ୟମଣି ବୈଦ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.