ls

ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମହିଳା ଗାୟତ୍ରୀ ବେହେରାଙ୍କୁ ବଡ଼ମେଡ଼ିକାଲରେ ବିଧାୟକ ଶ୍ରୀକାନ୍ତ ସାହୁ ଭେଟିଛନ୍ତି

sb

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଛକ ନିକଟରେ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମହିଳା ଗାୟତ୍ରୀ ବେହେରା ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଏମ.କେ.ସି.ଜି ମେଡ଼ିକାଲ ବ୍ରହ୍ମପୁରଠାରେ ଚିକିତ୍ସିତ ହେଉଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶନିବାର ଦିନ ପୀଡିତାଙ୍କୁ ଭେଟି ଆଶୁ ଆରୋଗ୍ୟ ନିମନ୍ତେ ପଦକ୍ଷେପ ନେଇଛନ୍ତି । ବିଧାୟକ ଶ୍ରୀ ସାହୁ ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲକୁ ଯାଇ ଆହତ ମହିଳାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମେଡ଼ିକାଲ ସୁପରିନଟେଣ୍ଡଟଙ୍କ ସହ ଆଲୋଚନା କରିଛନ୍ତି ।

pc pk
Leave A Reply

Your email address will not be published.