ଆର୍‌ଏସ୍‌ପିର ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ଦୁର୍ଗା ତନ୍ତୀ

  • ବିଧାନସଭା ସ୍ୱାଣ୍ଡିଙ୍ଗ କମିଟି ଫର ଷ୍ଟିଲ୍‌ ଏଣ୍ଡ ମାଇନ୍ସର ସଦସ୍ୟ ବିଧାୟକ ଦୁର୍ଗା ତନ୍ତୀ ନିଜ ରିପୋର୍ଟ କମିଟିର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସପ୍ତାହରେ ରାଉରକେଲା ଇସ୍ପାତ କାରଖାନା ପରିଷରରେ ଥିବା ଏସ୍‌ଏମ୍‌ଏସ୍‌ -୧ ବିଭାଗରେ ଉତପ୍ତ ଲୌହପଦାର୍ଥ ପାଣିରେ ପଡି ବିସ୍ଫୋରଣ ହୋଇ ଜଣେ ଆର୍‌ଏସ୍‌ପି ଅଧିକାରୀ ଓ ୪ ଜଣ ଶ୍ରମିକ ଏବଂ ଜଣେ ଠିକା ଶ୍ରମିକଙ୍କୁ ମିଶାଇ ମୋଟ୍‌ ୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମକୁ ଅଧାରେ ରଖି ରାଉରକେଲା ଆସି ପ୍ରଥମେ ଆଇଜିଏଚ୍‌କୁ ଯାଇ ଆହତମାନଙ୍କୁ ସାକ୍ଷାତ କରିଥିଲେ । ଆଜି ବିଧାୟଜ ଶ୍ରୀ ତନ୍ତୀ ରାଉରକେଲାରେ ଥିବା ଫ୍ୟାକ୍ଟ୍ରି ଏଣ୍ଡ ବଏଲ୍‌ର ବିଭାଗର ସରକାରୀ ଅଧିକାରୀଙ୍କ ସହ ଆର୍‌ଏସ୍‌ପିକୁ ଯାଇ ଏସ୍‌ଏମ୍‌ଏସ୍‌ /୧ର ସେହି ଦୁର୍ଘଟଣାସ୍ଥଳକୁ ଯାଇଥିଲେ । ଏହି ଗସ୍ତବେଳେ ଆର୍‌ଏସ୍‌ପିର ବିଭାଗୀୟ ସିଜିଏମ୍ ପିନାକୀ ଚୌଧୁରୀ ନିଜ ସହକର୍ମୀମାନଙ୍କ ସହ ଉପସ୍ଥିତ ରହି ବିଧାୟକ ଶ୍ରୀ ତନ୍ତୀଙ୍କୁ ଉକ୍ତ ଦିନର ଘଟଣା ସମ୍ବନ୍ଧରେ ବୁଝାଇଥିଲେ । ଆର୍‌ଏସ୍‌ପିରୁ ଫେରିବା ପରେ ବିଧାନସଭା ସ୍ୱାଣ୍ଡିଙ୍ଗ କମିଟି ଫର ଷ୍ଟିଲ୍‌ ଏଣ୍ଡ ମାଇନ୍ସର ସଦସ୍ୟ ତଥା ବିଧାୟକ ଶ୍ରୀ ତନ୍ତୀ ନିଜ ରିପୋର୍ଟ କମିଟିର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି । ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ବିଜେପି ପାନପୋଷ ସାଂଘଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ଅକ୍ଷୟ ଦାଶ, ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!