ମାକ୍ରିପଡ଼ା ଲାୟନ୍ସ ୟୁଥ୍ ଆସୋସିଏସନ୍‌ ପକ୍ଷରୁ ଅନୁଷ୍ଠିତ ଦ୍ୱିତୀୟ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମର ଲାୟନ୍ସ ୟୁଥ୍ ଆସୋସିଏସନ୍‌ ପକ୍ଷରୁ ଦ୍ଵିତୀୟ ବର୍ଷ ପାଇଁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ ସଭାପତି ଭୁଲେଶ୍ୱର ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ । ଶ୍ରୀ ବାଗ ଅଞ୍ଚଳବାସୀଙ୍କୁ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇର ଜୁହାର ଜଣାଇବା ସହ ଏହାର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ ନିମନ୍ତ୍ରିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଓ ଟିଟିଲାଗଡ ବିକାଶସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଲେବଡ଼ା ସରପଞ୍ଚ ପ୍ରତିନିଧି ନବେ ହାତୀ, ଜିଲ୍ଲା ପରିଷଦ ପ୍ରତିନିଧି ପୁରୁଷୋତ୍ତମ ଗହିର, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବଲାଙ୍ଗିର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ, ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ବିଶିଷ୍ଟ ସମାଜସେବୀ ଯୁବରାଜ ମାଝୀ, ନାଏବ ସରପଞ୍ଚ ଚନ୍ଦ୍ରମଣି ବଗର୍ତ୍ତୀ, ୱାର୍ଡ ସଭ୍ୟ ଶମ୍ଭୁ ବଗର୍ତ୍ତୀ, ଉଦ୍ଧବ ଭୋଇ, ରଞ୍ଜନ ବଗର୍ତ୍ତୀ, ଫକୀର ଲୁହା, ବିଷ୍ଣୁ ସାହୁ ଓ ସୁନାସିର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଡାନ୍ସ ଡାନ୍ସ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ସାଇନିଙ୍ଗ ଷ୍ଟାର ଡେନ୍ସ ଗ୍ରୁପ୍ ଟିଟିଲାଗଡ଼, ଦ୍ଵିତୀୟ ପୁରସ୍କାର ପପ୍ପୁ ସୁନା ବେଲପଡ଼ା, ତୃତୀୟ ପୁରସ୍କାର ୟଙ୍ଗ ଷ୍ଟାର ଡେନ୍ସ ଗ୍ରୁପ୍ ପିପିଲିବନ୍ଧ ଓ ସାନ୍ତ୍ଵନାମୂଳକ ପୁରସ୍କାର ମହାକାଲ ଡେନ୍ସ ଗ୍ରୁପ୍ ଖଇରଖୁଣ୍ଟ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ଆସୋସିଏସନ୍‌ ସଭାପତି ଭୁଲେଶ୍ଵର ଛତର, ଉପସଭାପତି ତୁଲାରାମ ଛତର, ସଂପାଦକ ମଙ୍ଗଲେ ଛତର, କୋଷାଧ୍ୟକ୍ଷ ପାରେଶ୍ୱର ଛତର, ବିଶେଷ ପରାମର୍ଶଦାତା ସାଧୁ ଚନ୍ଦ୍ର ଛତର, ମ୍ୟାନେଜର କ୍ଷମା ଜୁଗ୍ନିଆ, ନିର୍ଦେଶକ: ଭୋଦେବ ଭୋଇ, ଚୌଧୁରୀ ଛତର, ସଂଯୋଜକ ଚତୁର୍ଭୁଜ ଛତର, ଦନାର ନାଗ, ପିତାମ ବଗର୍ତ୍ତୀ, ହମିଦ ଭୋଇ, ହଂସରାଜ ଭୋଇ, ଦୁଲ ଛତର, ହିମାଂଶୁ ଛତର, ଦେବ ଛତର, ଶଙ୍କର ଛତର, ଜୁଜେଷ୍ଟି ଜୁଗ୍ନିଆ, ଯଦୁମଣି ଛତର, ଭବାନୀ ଛତର, ମୁକୁନ୍ଦ ଛତର, ବିଶିକେଶନ ଜଗ୍ନିଆ, ନରୁ ଛତର, କୁବେର ଛତର ଓ ଚଇତନ ଛତରଙ୍କ ସହ ଆସୋସିଏସନ୍‌ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ସୁଦାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!