oom

କାଟେ, ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅଧୀନସ୍ଥ ଟାଙ୍ଗରପାଲ୍ଲୀ ଅଞ୍ଚକର କାଟେ, ବିଯୁବନ୍ଧ ଏବଂ ରେଙ୍ଗାଲି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଭୁବନେଶ୍ୱରରେ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପଂଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ସାକ୍ଷାତ କରି ଆଲୋଚନା ଥିଲେ । ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିବା ସତ୍ତ୍ୱେ କିପରି ଆଜି ପର୍ଯ୍ୟନ୍ତ ଏହି ୩ଟି ବସ୍ତିରେ ରହୁଥୁବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋନମାନେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଏହି ତିନୋଟି ବସ୍ତିକୁ ଯିବାପାଇଁ ଅର୍ଥାତ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏକ ପକ୍କା ରାସ୍ତା ନିର୍ମାଣ ଓ ରାସ୍ତାରେ ଆଲୋକୀକରଣର ବ୍ୟବସ୍ଥା ଆର୍‌. ଏସ୍‌. ପି.ର ସି. ଏସ୍‌. ଆର୍‌. ବିଭାଗର ପାର୍ଶ୍ୱ ଅଞ୍ଚଳର ବିଜାଶ ପାଣ୍ଠିରୁ ବିନିଯୋଗରେ କରିବା ପାଇଁ ଉଭୟଙ୍କୁ ନିବେଦନ କରିବା ସହ ଏ ସମ୍ବନ୍ଧରେ ବିଧାୟକ ଶ୍ରୀ ତନ୍ତୀ ଏକ ସ୍ମାରକପତ୍ର ମଧ୍ୟ ଉଭୟଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.