ପାଟଣା ସାହି କାଉଡିଆ ସଂଘର ୨୧ତମ ବାର୍ଷିକ ଶ୍ରାବଣୀ ଉତ୍ସବ : ଯୋଗ ଦେଲେ ବିଧାୟକ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଭଦ୍ରକ ଜିଲ୍ଲା ଚରମ୍ପା ପାଟଣାସାହି କାଉଡ଼ିଆ ସଂଘ ତରଫରୁ ୨୧ତମ ବାର୍ଷିକ ଶ୍ରାବଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଯୋଗ ଦେଇଥିଲେ । ଆଜକୁ ୨୧ ବର୍ଷ ଧରି ପାଟଣାସାହି କାଉଡ଼ିଆ ସଂଘ ଏହି ଉତ୍ସବକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରିଆସୁଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ବାବା ମହାଦେବଙ୍କ ପୂଜା ଅର୍ଚ୍ଚନା କରିବା ସହ ପ୍ରସାଦର ବ୍ୟବସ୍ଥା କରିଛନ୍ତି କାଉଡ଼ିଆ ଭାଇ ମାନେ । ସମାଜସେବୀ ତଥା ବିଧାୟକ ସିତାଂଶୁ ଶେଖର ମହାପାତ୍ର ପ୍ରତ୍ୟେକ ବର୍ଷ ଯୋଗଦେଇ କାଉଡ଼ିଆ ଭାଇ ମାନଙ୍କ ଇଚ୍ଛାଶକ୍ତି ଜାଗ୍ରତ କରିଥାନ୍ତି ହେଲେ ଏ ବର୍ଷ ବିଧାୟକ ଭାବେ ମନୋନୀତ ହେବା ପରେ ମଧ୍ୟ କାଉଡ଼ିଆ ଭାଇମାନଙ୍କ କଥାକୁ ରଖି ଏହି ବାର୍ଷିକ ଉତ୍ସବରେ ପହଞ୍ଚି କାଉଡ଼ିଆ ଭାଇ ମାନଙ୍କ ଇଚ୍ଛାଶକ୍ତିକୁ ଆହୁରି ଶକ୍ତିଶାଳୀ କରିଥିଲେ । ଶ୍ରୀ ମହାପାତ୍ର ଦୀର୍ଘ ୭ ବର୍ଷ ଧରି ଏହି ସଂଘ ଦ୍ୱାରା ଜଡିତ ଥିବାରୁ ବେଶ ଖୁସି ପ୍ରକଟ କରିବା ସହ ଏହି ସଂଘର ମହାନ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି । ସେହିଭଳି ଭଦ୍ରକ ବିଧାୟକଙ୍କୁ ପାଇଁ ସଂଘର କାର୍ଯ୍ୟକର୍ତ୍ତା ବେଶ ଖୁସି ପ୍ରକଟ କରିବା ସହ ଆଗାମୀ ଦିନରେ କିପରି ଆହୁରି ଅଧିକ ସେବା ଯୋଗାଇଦେବେ ସଂଘର ସଦସ୍ୟ କହିଛନ୍ତି ।

Leave A Reply

Your email address will not be published.