oom

ସାପ କାମୁଡିବାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଲେ ବିଧାୟକ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନା ପଞ୍ଚାୟତ ଜାମପଦର ଗାଁରେ ଗତ ୨୫ ତାରିଖ ଦିନ ସାପ କାମୁଡାରେ ଦୁହେଁ ଭାଇଭଉଣୀଙ୍କ ମୃତ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକ ପ୍ରକାଶ କରିଥିଲା । ଏହି ଘଟଣାକୁ ନେଇ ଶୁକ୍ରବାର ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗାଁକୁ ପହଂଚି ମୃତବରଣ କରିଥିବା ବାପା ବିକାଶ ସାଗର ତାଙ୍କ ପତ୍ନୀଙ୍କୁ ଭେଟି ଶିଶୁମାନଙ୍କ ଅକାଳ ବିୟୋଗକୁ ନେଇ ବିଧାୟକ ଶ୍ରୀ ଜୈନ ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ବିଧାନସଭା ଚାଲିଥିବା ଯୋଗୁଁ ଘଟଣା ଦିନ ଗାଁକୁ ଆସି ପାରିଲି ନାହିଁ ବୋଲି ପରିବାରବର୍ଗ ସହ ଦୀର୍ଘ ସମୟ ଧରି ଘଟଣା ସମ୍ପର୍କ ଆଲୋଚନା କରିଥିଲେ । ଏପରିକି ଶିଶୁମାନଙ୍କ ମୃତ ପ୍ରମାଣ ପତ୍ର ଶୀଘ୍ର ପ୍ରଦାନ କରିବା ବଲାଙ୍ଗିର ସିଡିଏମ୍‌ଓ କଥା ହୋଇଥିଲେ ଓ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ପାଇଁ କହିଥିଲେ । ଏହି ସମୟରେ ବିଜେପି ନେତା ସଞ୍ଜୟ ତ୍ରିପାଠୀ, ବିରଞ୍ଚି ସାହୁ, ହେମକାନ୍ତ ମୁନା, ଚମ୍ପୁ ସାଗର, ଭକ୍ତି ସାଗର, ବୈଷ୍ଣବ ସାଗର, ଗରିବ ସାଗର, ଦୀର୍ଜୁ ସାଗରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.