oum

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଜଲଦା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେ ମହାବିଦ୍ୟାଳୟର ଅଧ୍ୟକ୍ଷା ଅରୁନ୍ଧତୀ ଦାସ, ଅଧ୍ୟାପକ ଓ ଅଧ୍ୟାପିକା, ବିଦ୍ୟାର୍ଥୀ ମାନଙ୍କ ସହ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଶୌଚାଳୟ ସହିତ ଏକ କମନ୍‌ ରୁମ୍‌, ପ୍ରଶାସନିକ କୋଠା, ଆଠ ଶ୍ରେଣୀ ଗୃହ ବିଶିଷ୍ଟ ଏକ ବ୍ଲକ, ପରିସର ଭିତରେ ଥିବା ରାସ୍ତାର ମରାମତି, ପ୍ରୋକ୍ଷାଳୟରେ ମରାମତି ଓ ନବୀକରଣ, ପୁରାତନ ଲାଇବ୍ରେରୀ ଓ ଗୃହ ବିଜ୍ଞାନ ଶ୍ରେଣୀର ମରାମତି ଓ ନବୀକରଣ, ଷ୍ଟାଫ ରୁମ୍ର ମରାମତି ଓ ନବୀକରଣ ଆଦିର ଆବଶ୍ୟକତା ଉପରେ ଦୃଷ୍ଟି ଦେବାକୁ ଅଧ୍ୟକ୍ଷା ଅନୁରୋଧ କରିଥିଲେ । ଶ୍ରୀ ତନ୍ତୀ ଏହା ଉପରେ ଅଧିକାରୀଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ବିଧାୟକ ଜଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବାକୁ ଯାଇ ସମସ୍ତ ଶ୍ରେଣୀ ଗୃହ ବୁଲି ବିଦ୍ୟାର୍ଥୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାର୍ଥୀ ମାନେ ତଳେ ବସି ପାଠ ପଢୁଥିବା ଦେଖି ଥିଲେ । ଏହା ସହିତ ଛାତ୍ରୀ ନିବାସ ବୁଲି କିଛି ଅବ୍ୟବସ୍ଥା ଥିବା ଦୃଷ୍ଟି ଗୋଚର ହୋଇଥିଲା । ସେଠାରେ, ୧୦୦ ଶଯ୍ୟାର ଉପଲବ୍ଧ ଥିବାବେଳେ ୧୭୫ ଜଣ ରହୁଥିବାରୁ ଅନ୍ୟମାନେ ତଳେ ଶୋଉଥିବା ପ୍ରକାଶ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ, କର୍ମଚାରୀଙ୍କ ପାଇଁ ପରିଶ୍ରାଗାର, ପଛପଟେ ପ୍ରାଚୀର, ଆର୍ଥିଙ୍ଗ, ଉରିନାଲରେ ବିଦ୍ୟୁତ୍ ସଂଯୋଗ, ରୋଷେଇଘରେ ପାଣିର ସଂଯୋଗ, କମନ୍ ରୁମ୍‌ରେ ବେଶିନ, ଉଚ୍ଛବ ପାଇଁ ମଞ୍ଚ, ଜଳ ନିଷ୍କାସନ ନାଳ, ବିଦ୍ୟାଳୟ ଓ ଶ୍ରେଣୀର ନାମ ଫଳକ ଆଦିର ଆବଶ୍ୟକତା ଉପରେ ବିଧାୟକ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଶ୍ରୀ ତନ୍ତୀ ଏହା ଉପରେ ଅଧିକାରୀଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଧାୟକ ବାଲିଯୋଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତର, କର୍ମଚାରୀ ଓ ଉପଚାର ପାଇଁ ଆସୁଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଶ୍ରୀ ତନ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ୍‌ ସମୟରେ ଖୋଲିବା ଓ ଜନତାଙ୍କ ସେବାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, କମଲେଶ ସାହା, ତରୁଣ ପାଲ, ଶ୍ରୀକାନ୍ତ ରାୟ, ସଞ୍ଜୟ ଭୂମିଜ, ମୁରଲୀ ତନ୍ତୀ, ଟିକେଶ୍ୱର୍ ତାନ୍ଦିଆ, ବାସୁଦେବ ସାରଗରିଆ, ଘନଶ୍ୟାମ କାୟତ୍, ଅମିତ୍ ସିଂ, ବିଶ୍ୱଜିତ୍ ସ୍ୱାଇଁ ଆଦି ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.