କଣ୍ଟାବାଞ୍ଜିରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରାଟ ବିଜୟ ରାଲି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରାଟ ରାଲି ବୁଧବାର ସନ୍ଧ୍ୟାରେ କଣ୍ଟାବାଞ୍ଜିରେ କରାଯାଇଛି । ସ୍ଥାନୀୟ ଗୋରୁ ବଜାର ପଡିଆରୁ ଆରମ୍ଭ ହୋଇ ରେଳ ଅଣ୍ଡର ବ୍ରିଜ, ଶାସ୍ତ୍ରୀ ଛକ, ଝରବାହାଲିଆ ଛକ, ଇନ୍ଦିରା ଛକ, ଅଗ୍ରସେନ ଛକ ଦେଇ ବିଜେପି କାର୍ଯ୍ୟାଳୟକୁ ପହଂଚି ଥିଲା । ହଜାର ହଜାର ସମର୍ଥକ ଏବଂ ନଗରବାସୀ ଶ୍ରୀ ବାଗଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସହରର ବିଭିନ୍ନ ଛକ ଗୁଡିକରେ ମିଷ୍ଠାନ୍ନ ବଂଟନ କରାଯାଇଥିଲା । ସ୍ଥାନେ ସ୍ଥାନେ ନଗରବାସୀଙ୍କ ତରଫରୁ ସ୍ୱାଗତ ସମାରୋହ କରି ବନ୍ଧାପନା ମଧ୍ୟ କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି, ଘାସିରାମ ଜୈନ, ବେଦବ୍ୟାସ ନାଗ, ଦିପକ ସେଲମା ପପ୍ପୁ ଜୁଏଡ, ପ୍ରଦିପ ବାଗ, ଅଜୁ ଶର୍ମା ସହ ଶତାଧିକ ଭାଜପା ପ୍ରାର୍ଥି ସାମିଲ ଥିଲେ । ସ୍ଥାନୀୟ ପୋଲିସ ଏସ୍‌. ଡି. ପି. ଓ, ପୋଲିସ ପ୍ରଶାସନ ସହ ଏକ ପ୍ଲାଟୁନ ଜବାନ ଏବଂ ପୋଲିସ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.