oom

ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଟିକେଟ୍‌ ପରିବର୍ତ୍ତନ ପାଇଁ ଦାବୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଇଁ ଟିକେଟ୍‌ ବଂଟାକୁ ନେଇ ବିଜେପି ଦଳରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଜି ବଲାଙ୍ଗିର ଗସ୍ତରେ ଆସିଥିବା ଓଡିଶା ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ପାଖରେ ଅବିଭକ୍ତ ବଲାଙ୍ଗିର ଜିଲ୍ଲା ବୀରମହାରାଜପୁର ବିଧାନସଭା ଆସନର ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବୀ କରାଯାଇଛି । ପୂର୍ବତନ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାନସଭା ଆସନର ବିଜେପି ଆଶାୟୀ ପ୍ରାର୍ଥୀ ଆନନ୍ଦ ବାରିକଙ୍କ ନେତୃତ୍ୱରେ ପ୍ରାୟ ୭୦ଟି ଗାଡ଼ିରେ ଶହ ଶହ ସଂଖ୍ୟାରେ ସମର୍ଥକମାନେ ଆସି ଆଜି ଗତଥର ନିର୍ବାଚନରେ ପରାଜିତ ହୋଇଥିବା ଏବଂ ଚଳିତ ଥର ପୁଣି ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇଥିବା ରଘୁନାଥ ଜଗଦଲାଙ୍କ ଟିକେଟ୍‌ ପ୍ରତ୍ୟାହାର ପାଇଁ ଦାବୀ ଜଣାଇଛନ୍ତି । ଚଂଚକତା କରି ଶ୍ରୀ ଜଗଦଲା ଟିକେଟ୍‌ ହାତେଇଥିବା ବେଳେ ତାଙ୍କର କୌଣସି ସାଂଗଠାନିକ ଦକ୍ଷତା ନଥିବା ଅଭିଯୋଗ କରିଛନ୍ତି ବୀରମହାରାଜପୁରର କାର୍ଯ୍ୟକର୍ତ୍ତାମାନେ । ଏପରିକି ଲକ୍ଷ ଲକ୍ଷ ଟଙ୍କା ଦେଇ ଶ୍ରୀ ଜଗଦଲା ଟିକେଟ୍‌ ଆଣିଥିବା ମଧ୍ୟ ଆରୋପ ଲଗାଇଛନ୍ତି ଆନନ୍ଦ ବାରିକ । ରଘୁନାଥ ଜଗଦଲାଙ୍କ ଟିକଟ୍‌ ପ୍ରତ୍ୟାହାର କରାଯାଇ ତାଙ୍କ ସ୍ଥାନରେ ଆନନ୍ଦ ବାରିକଙ୍କୁ ବିଧାୟକ ଟିକଟ୍‌ ପ୍ରଦାନ ପାଇଁ ଲୋକେ ଦାବୀ କରିଥିବା ବେଳେ ଶ୍ରୀ ତୋମର ଏ ଦିଗରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

jittmm
Leave A Reply

Your email address will not be published.