କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ । ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଯକଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ ଆଜି ଅପରାହ୍ନରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ରାଜନୀତି ଛାଡ଼ି ମୁଁ ଏବେ ଦେଓଗାଁ ଚିନିକଳର ପୁନଃଉଦ୍ଧାର ଉପରେ ଧ୍ୟାନ ଦେଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଶ୍ରୀ ବାବୁ କହିଛନ୍ତି ଯେ, ୩ ମାସ ହେଲା ମୁଁ ରାଜନୀତି ଜଗତରେ ସକ୍ରିୟ ନଥିଲି, ଭିତରେ ଭିତରେ ଚିନିକଳ ପୁନଃଉଦ୍ଧାର ପାଇଁ କାମ କରୁଥିଲି ।। ଯଦିବି କଂଗ୍ରେସ ପକ୍ଷରୁ ମତେ ଟିଟିଲାଗଡ଼ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ଅଫର୍‌ ଦିଆଯାଇଥିଲା, ତଥାପି ମୁଁ ମନା କରିଛି ବୋଲି ମଧ୍ୟ ସେ ଏଠାରେ ସ୍ପଷ୍ଟ କରିଛନ୍ତି ।

jittmm
Leave A Reply

Your email address will not be published.