oom

ବିଭିନ୍ନ ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସହ ଆଲୋଚନା କଲେ ବିଧାୟକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୋଇରାଶି ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା । ପୋଇରାଶି ପଞ୍ଚାୟତର ବରପଲ୍ଲୀ ଓ ଭୁଆଁଭୁଇଁ ଗ୍ରାମକୁ ଗ୍ରସ୍ଥ କରି ଗ୍ରାମ୍ୟ କଲ୍ୟାଣମଣ୍ଡପ, ସ୍କୁଲ ଗୃହ ନିର୍ମାଣ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବା ସହ ଲଗାଣ ବର୍ଷାଜଳ ଜମିରହି ନଷ୍ଟ ହୋଇପଡିଥିବା ଶସ୍ୟକ୍ଷେତ୍ରର କ୍ଷୟକ୍ଷତି ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ପୂର୍ବତନ ସରପଞ୍ଚ ବଂଶୀଧର ବେହେରା, ପୋଇରାଶି ପଞ୍ଚାୟତ ବିଜେଡି ସାଧାରଣ ସମ୍ପାଦକ କବିରାଜ ବେହେରା, ପୂର୍ବତନ ବିଜେଡି ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, ବ୍ଲକ ବିଜେଡି ଯୁବ ସଭାପତି ଅନ୍ତର୍ଯ୍ୟାମୀ ବେହେରା, ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡି, ପ୍ରଫୁଲ୍ଲ କୁମାର ବେହେରା, ଦେବହରି ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.