ତୁଷୁରା ଥାନାର ନୂଆକୋଠା ଉଦ୍‌ଘାଟର କଲେ ବିଧାୟକ

ତୁଷୁରା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନାର ନୂଆକୋଠା ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଅଭାସୀ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଥିଲେ । ତୁଷୁରା ମିଲନ ଛକରେ ନବ ନିର୍ମିତ ଥାନା କୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ । ଏହି ନୂଆକୋଠା ଦ୍ୱାରା ତୁଷୁରା ଓ ଆଖପାଖ ଅଞ୍ଚଳରେ ପୁଲିସ ସେବା ଆହୁରି ସୁବିଧାଜନକ ହେବ ବୋଲି କୁହାଯାଇଛି । କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀ, ସ୍ଥାନୀୟ ପ୍ରଶାସନିକ କର୍ମଚାରୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ନୂତନ ଭବନ ଦ୍ୱାରା ପୁଲିସର କାର୍ଯ୍ୟକଳାପ ଆହୁରି ସୂଚାରୁ ଭାବେ ଚାଲିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.