ପିତାମାତାଙ୍କୁ ଅଣଦେଖା କରନ୍ତୁ ନାହିଁ : ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପିତାମାତାଙ୍କୁ ଗୁରୁଜନ ଭଳି ସମ୍ମାନ ଦିଅ, ତାଙ୍କୁ ଭକ୍ତି କର, ପିତାମାତାଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ ବୋଲି ବରିଷ୍ଠ ନାଗରିକ ମଞ୍ଚର ଆନୁଷ୍ଠାନିକ ସଭାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଯୁବପୀଢ଼ିଙ୍କୁ ଏହି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବରିଷ୍ଠମାନେ ସମାଜର ଅମୂଲ୍ୟ ସମ୍ପଦ ଅଟନ୍ତି । ସେମାନଙ୍କ ପ୍ରେରଣା ଓ ପରାମର୍ଶ ଦ୍ୱାରା ସନ୍ତାନମାନେ ଭଲ ମାର୍ଗରେ ଗତିକରନ୍ତି । ବୃଦ୍ଧ ପିତାମାତାଙ୍କୁ ଅବହେଳା କିମ୍ବା ଅଣଦେଖା କରିବା ଉଚିତ ନୁହେଁ ବୋଲି ସୂଚାଇ ଯୁବ ସମାଜକୁ ବିଭିନ୍ନ ସଦୁପୋଦେଶ ଦେଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ଷଷ୍ଠ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଧାୟକ ଶ୍ରୀ ନାୟକ ମଞ୍ଚର ଅତ୍ୟାବଶକୀୟ ଏକ କାର୍ଯ୍ୟାଳୟ ଗୃହ ପାଇଁ ନିଜ ହାତ ପାଣ୍ଠିରୁ ପନ୍ଦର ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସେନାବାହିନୀର ଅବସରପ୍ରାପ୍ତ ବ୍ରିଗେଡ଼ିଅର ଡାକ୍ତର ଅରୁଣ ପ୍ରସାଦ ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ପିତା ମାତାଙ୍କର ଆଶୀର୍ବାଦ ଦ୍ୱାରା ଜଣେ ବ୍ୟକ୍ତି ଜୀବନରେ ଶୀର୍ଷରେ ପହଞ୍ଚି ପାରେ । ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ, ସରପଞ୍ଚ ବି. ସୁଦାମ, ସମିତିସଭ୍ୟା ମୀନା କୁମାରୀ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଛତ୍ରପୁରର ସମାଜସେବୀ ଦେବାଶିଷ ମିଶ୍ର, ବିଶିଷ୍ଟ ଅତିଥି ରୂପେ ଉଦ୍ୟୋଗପତି ଶୁଭେନ୍ଦୁ କୁମାର ସାହୁ ଓ ମଦନ ମୋହନ ପାଣିଗ୍ରାହୀ, ରୋଟାରୀଆନ ଜୟନ୍ତ କିଶୋର ପାତ୍ର, ଏସ. ଦୁର୍ଗା ରାଓ ପ୍ରମୁଖ ବହୁ ଗଣ୍ୟମାନ୍ୟବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମଞ୍ଚର ସଂଯୋଜକ ତଥା ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣାଙ୍କ ଜନ୍ମଦିନ ଅବସରରେ ମଞ୍ଚର ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ବିଧାୟକଙ୍କ ସମେତ ସମସ୍ତ ଅତିଥି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ । ରୋଟାରୀ କ୍ଲବ ଅଫ ବ୍ରହ୍ମପୁରର ପ୍ରାକ୍ତନ ସଭାପତି ନାର୍ଶୁ ଜେନାଙ୍କୁ ଜନସେବା ପାଇଁ ମଞ୍ଚ ତରଫରୁ ବିଧାୟକ ନାୟକ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମର ବିଭିନ୍ନ କ୍ଷେତ୍ରରେ ପାର୍ଶଦର୍ଶିତା ଲାଭ କରିଥିବା ଅନ୍ୟୁନ ୫ଜଣକୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଆଦର୍ଶ କୃଷକ ରୂପେ ଘନଶ୍ୟାମ ପ୍ରଧାନ, ଆଦର୍ଶ ଶ୍ରମିକ ରବୀନ୍ଦ୍ର ପ୍ରଧାନ, ଆଦର୍ଶ କଳାକାର ଅଶୋକ କୁମାର ମହାରଣା, ଆଦର୍ଶ କାରିଗର ରୂପେ କାମରାଜୁ ପ୍ରଧାନ, ଗତ ମାଟ୍ରିକ ପରୀକ୍ଷାରେ ବି-ଗ୍ରେଡ଼ରେ ଗଞ୍ଜାମ ସହର ସରକାରୀ ହାଇସ୍କୁଲରେ ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଗ୍ରାମର ଛାତ୍ର ଅବିନାଶ ବୈଦ୍ୟକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଲୁପଦେଷ୍ଟା କୋରା ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଲକ୍ଷ୍ମଣ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଗୋପାଳ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ମହାରଣା, ଅମରେଶ୍ୱର ସାହୁ, ସୁଧୀର କୁମାର ସାହୁ, ଈଶ୍ୱର ପ୍ରଧାନ, ନାରାୟଣ ପ୍ରଧାନ, ଅନୀଲ କାନ୍ତ ମହାରଣା, ବିକ୍ରମ ପାଣିଗ୍ରାହୀ, ଧର୍ମେନ୍ଦ୍ର ପ୍ରଧାନ, କାମରାଜୁ ସାହୁ, ପ୍ରମୁଖ ଯୁବ ବର୍ଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.