ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ବର୍ଷିଲେ ବିଧାୟକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଶୁକ୍ରବାର ସକାଳେ ଜଣେ ରୋଗୀ ବିଧାୟକ ନବୀନ ଜୈନଙ୍କୁ ଫୋନ୍ କରି ହେଉଥିବା ଅବ୍ୟବସ୍ଥା ବିଷୟରେ ଅଭିଯୋଗ କରିବା ପରେ ନିଜେ ବିଧାୟକ ନବୀନ ଜୈନ ଗାଡ଼ି ଧରି ମାତୃ ଶିଶୁ ହସ୍ପିଟାଲରେ ପହଞ୍ଚିଥିଲେ । ସେ ଭିତରେ ଥିବା ଶୌଚାଳୟ ସଫା ସୁତୁରା ନ ଥିବା, ରୋଗୀଙ୍କୁ ଖାଦ୍ୟ ଠିକ ଭାବେ ଦିଆ ନ ଯାଉଥିବା ରୋଗୀ ଅଭିଯୋଗ କରିବା ପରେ ବିଧାୟକ ଶ୍ରୀ ଜୈନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ରଙ୍କୁ ଏ ବିଷୟରେ ଅବଗତ କରାଇବା ସହ ଟିଟିଲାଗଡ଼କୁ ଆସି ଅସୁବିଧା ଦେଖିବାକୁ କହିଥିଲେ । ଅପରାହ୍ନ ପାଞ୍ଚଟା ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଇନ୍‌ଚାର୍ଜ ଡ. ପୁଷ୍ପାଞ୍ଜଳି ମିଶ୍ର, ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ପି. କେ ନାୟକ, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ସହ ଡ. ଓଁକାର ହୋତା, ଡ. ବଳରାମ ସାହୁ, ଡ. କିରନମୟୀ ପଣ୍ଡା, ଡ. ପ୍ରଣତି ସାହୁ, ଡ. ବିଜୁ ଅଗ୍ରୱାଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସହ କାର୍ଯ୍ୟରେ ଥିବା ଅଧିକାରୀଙ୍କୁ ନେଇ ବିଭିନ୍ନ ୱାର୍ଡକୁ ଯାଇ ରୋଗୀଙ୍କ ସାମ୍ନାରେ କ’ଣ କ’ଣ ଅସୁବିଧା ହେଉଛି ପଚାରି ଅଧିକାରୀଙ୍କୁ କିଭଳି ଅବ୍ୟବସ୍ଥା ହେଉଛି ଦେଖନ୍ତୁ କହିବା ସହ ଯିଏ କାମ କରୁନି ତାହାର ଟେଣ୍ଡର ବାତିଲ କରନ୍ତୁ ବୋଲି ନିର୍ଦ୍ଦେଶ ଦେବା ସହ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ ତାଗିଦ୍ କରିଥିଲେ । ଦୁର୍ଭାଗ୍ୟର ବିଷୟ ଯେ ରୋଗୀଙ୍କୁ ଖାଦ୍ୟ ଚାର୍ଟ ଅନୁସାରେ ଖାଦ୍ୟ ଦିଆ ଯାଉ ନଥିବା, ସଫା ସୁତୁରା ଠିକ୍ ସେ କରା ଯାଉ ନ ଥିବା ଦେଖିବାକୁ ମିଳିଥିଲା । ଠିକ ଭାବେ ପାଣି ଯୋଗାଣ ହେଉ ନ ଥିବା ଜାଣିବାକୁ ପାଇ କ୍ଷୁବ୍ଧ ହୋଇଥିଲେ ବିଧାୟକ । ତେବେ ସବୁ ସରିବା ପରେ ସମ୍ମିଳନୀ କକ୍ଷରେ ସମସ୍ତଙ୍କ ସମ୍ମୁଖରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଫୋନ କରି ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ । ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦାୟିତ୍ୱରେ ଥିବା ଡ. ପୁଷ୍ପାଞ୍ଜଳି ମିଶ୍ର ଯଥା ଶୀଘ୍ର ଏହାର ଉପରେ ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.