ଦୁର୍ଘଟଣା ଗ୍ରସ୍ତ ସମାଜସେବୀ ସୁରେଶ ରାମଚନ୍ଦାନିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜଣେ ଜଣାଶୁଣା ସମାଜସେବୀ ସୁରେଶ ରାମଚନ୍ଦାନିଙ୍କ ଏକ ସଡ଼କ ଦୁର୍ଘଟଣାରେ ମୁଣ୍ଡ ଓ ଆଖି ପାଖରେ ଗଭୀର ଆହତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଭାବେ ନିଜ ଘରେ ରହୁଥିଲେ । ତାଙ୍କର ଦୁର୍ଘଟଣା ହେବାର ଖବର ପାଇ ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ଘରକୁ ଯାଇ ସମାଜସେବୀ ଶ୍ରୀ ରାମଚନ୍ଦାନିଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ପଚାରି ବୁଝିବା ସହ ଧୌର୍ଯ୍ୟହରା ନ ହୋଇ ଠିକ୍ ଭାବରେ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କୁ ଦେଖି ସମାଜସେବୀ ଶ୍ରୀ ରାମଚନ୍ଦାନି ବହୁତ ଖୁସି ଅନୁଭବ କରିବା ସହ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.