ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଏଥିରେ ମୋଟ ୩୨ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । କୋଭିଡ୍‌ ପରେ ପ୍ରଥମ ଥର ଲାଗି କଟକଣା ହଟାଇ ଦିିଆଯାଇଛି ।

ବିଧାୟକମାନଙ୍କୁ ନିଜ ସିଟ୍‌ରେ ବସିବାକୁ ସୁଯୋଗ ମିଳିବ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ୍‌ ଗ୍ୟାଲେରିକୁ ଅନୁମତି ଦିଆଯାଇଛି । ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ୨ ବର୍ଷ ପରେ ବିଧାନସଭା ପୂର୍ବଭଳି ସ୍ୱାଭାବିକ ହେବ । ଏହି ଅଧିବେଶନ ଅଧିକ ସରଗରମ ହେବାର ସମ୍ଭାବନା ରହିଛି । ଅର୍ଚ୍ଚନା ନାଗ କେଳେଙ୍କାରି, ଚାଷୀ ସମସ୍ୟା, ଆଇନଶୃଙ୍ଖଳା ଭଳି ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏସବୁ ଦୃଷ୍ଟିରୁ ଚଳିତ ଅଧିବେଶନ ଅଧିକ ସରଗରମ ହେବା ସମ୍ଭାବନା ରହିଛି ।

Leave A Reply

Your email address will not be published.