ବିଧାନସଭା ପ୍ରଥମ ଅଧିବେଶନରେ ଆଜି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ

ଭୁବନେଶ୍ୱର : ବିଧାନସଭା ପ୍ରଥମ ଅଧିବେଶନରେ ଆଜି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ । ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ । ଏହା ମୋତେ ଆଘାତ ଦେଇଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲା ଭଳି ଲାଗୁଛି । ମୁଁ ସରକାରରେ ଥିବା ସମୟରେ ବିଧାୟକ, ମନ୍ତ୍ରୀ କିମ୍ବା ଉଚ୍ଚପଦସ୍ତ ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲି । ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବା ଆବଶ୍ୟକ । ସରକାରଙ୍କ ଏଭଳି ଆଭିମୁଖ୍ୟ ପାଇଁ ବିଜୁ ଜନତା ଦଳ ଗୃହ ପରିତ୍ୟାଗ କରିଛି । ସେହିପରି ବିରୋଧୀ ଦଳ ଉପନେତା ତଥା ବିଜେଡ଼ିର ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ନିଜ ପ୍ରତିକ୍ରିୟାରେ ସମାନ ମନ୍ତବ୍ୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.