ଆସନ୍ତା କାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଡିଜିପି ସୁନୀଲ ବଂଶଲ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଡିସେମ୍ୱର ୩୧ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଆଜି ଡିଜିପିଙ୍କ ସହିତ ପୋଲିସ କମିଶନର ଏସ.କେ. ପ୍ରିୟଦର୍ଶୀ ବିଧାନସଭା ପରିସର ଓ ଧାରଣାସ୍ଥଳ ବୁଲି ଦେଖିଛନ୍ତି । ସୁରକ୍ଷା ପାଇଁ ୩୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଡିଜିପି ସୂଚନା ଦେଇଛନ୍ତି । ବିଧାନସଭା ଚାଲିଥିବା ସମୟରେ ୮୦ ଜଣ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ବିଧାନସଭା ପରିସର ମଧ୍ୟରେ ପୋଲିସ କର୍ମୀ ରହିବେ । ଏହା ସହିତ ଆତଙ୍କୀ ନିରୋଧୀ ବିଶେଷଜ୍ଞ ମଧ୍ୟ ପ୍ରସ୍ତୁତ ରହିବେ । ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ପରିସର ଓ ମହାତ୍ମାଗାନ୍ଧୀ ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ମୋଟ ୩୩ ଦିନ ଧରି ଅଧିବେଶନ ଚାଲିବ । ରବିବାର ଅଧିବେଶନ ବନ୍ଦ ରହିବ ।

Leave A Reply

Your email address will not be published.

error: Content is protected !!