ସ୍ବାମୀଙ୍କ ମୃତ୍ୟୁର ୧୦ ବର୍ଷ ହେଲାଣି, ତଥାପି ଶ୍ରାବଣୀଙ୍କୁ ମିଳିପାରି ନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶ୍ରୀମନ୍ତ ଧରୁଆ ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମର ବାସିନ୍ଦା ୧୦ ବର୍ଷ ଆଗରୁ ସ୍ତ୍ରୀ ଶ୍ରାବଣୀ ଏବଂ ଛୁଆମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ । ଏପଟେ ଶ୍ରାବଣୀଙ୍କ ଦୁଃଖ ଦେଖେ କିଏ । ଛୋଟ ଛୋଟ ଛୁଆ ମାନଙ୍କର ଭବିଷ୍ୟତ କ’ଣ ହେବ ? କିନ୍ତୁ ଶ୍ରାବଣୀ ଭାଙ୍ଗି ନପଡ଼ି ଅଣ୍ଟା ଭିଡିଲେ, ନିଜ ଛୁଆମାନଙ୍କର ଭବିଷ୍ୟତ ଗଢିବା ପାଇଁ । ପର ଘରେ ମୂଲ ଲାଗି ଛୁଆମାନଙ୍କୁ ଦି’ ଅକ୍ଷର ପାଠ ପଢ଼ାଉଛନ୍ତି, ପେଟକୁ ଦାନା ଯୋଗାଡ କରୁଛନ୍ତି । କିନ୍ତୁ ଛୁଆମାନେ ଏବେ ବଡ ହେଉ ଥିବାରୁ ସମସ୍ତଙ୍କର ଆବଶ୍ୟକତା ପୂରଣ କରି ପାରୁନାହାନ୍ତି । ବିଧବା ଭତ୍ତା ପାଇଁ ବଲାଙ୍ଗିର, ଖପ୍ରାଖୋଲ, ଲାଠୋର ଧାଇଁ ଧାଇଁ ଥକି ଗଲେଣି । କିନ୍ତୁ ଏହି ବିଧବା ମା’ଙ୍କ ଦୁଃଖ କାହା ଆଖିରେ ପଡୁନାହିଁ । ଏଣୁ ସେ ପ୍ରଶାସନକୁ ଗୁହାରି କରିଛନ୍ତି, ମୋ ଭତ୍ତା ଶୀଘ୍ର କରିଦିଅନ୍ତୁ, ମୋ ପିଲା ଛୁଆଙ୍କ ଦୁଃଖ ଶୁଣନ୍ତୁ ।

Leave A Reply

Your email address will not be published.