oum

ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ପାଟଣାଗଡ ପୋଲିସ : ୨ ଗିରଫ

jsm

ପାଟଣାଗଡ, (କେପିଏନ୍‌ଏସ୍‌) : ବିପୁଳ ପରିମାଣର ବିଦେଶୀ ମଦ ପାଟଣାଗଡ ପୋଲିସ ଦ୍ୱାରା ଜବତ ହୋଇଥିବା ନେଇ ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ନିକଟସ୍ଥ ଯୋଗୀମୁଣ୍ଡାରୁ କୁଣ୍ଡଳ ରଣା ଓ ତାଙ୍କ ସେଲସ୍‌ ମେନ୍‌ ପଣ୍ଡାମୁଣ୍ଡାର ବାଲେଶ୍ୱର ଭୋଇଙ୍କୁ ଏହି ମାମଲାରେ ଗିରଫ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପାଟଣାଗଡ ପିଏସ୍‌ କେସ୍‌ ନଂ ୫/୨୩, ୟୁଏସ୍‌ ୫୨ ଓଡିଶା ଏକ୍ସାଇଜ୍‌ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.