ଲାଠୋର ନିକଟସ୍ଥ ଜାମଚୁଆଁ ଗ୍ରାମ ଠାରେ ଲକ୍ଷାଧିକ ଟଙ୍କାର ବେଆଇନ ବିଦେଶୀ ମଦ ସହ ପିକ୍ଅପ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଦିନ ୨ ଟା ସମୟରେ ଖପ୍ରାଖୋଲ ବ୍ଲକ ଲାଠୋର ନିକଟସ୍ଥ ଜାମଚୁଆଁ ଗ୍ରାମ ଠାରେ ଲକ୍ଷାଧିକ ଟଙ୍କାର ବେଆଇନ ବିଦେଶୀ ମଦ ଜବତ କରାଯାଇଛି । ଗାଡ଼ିର ଡ୍ରାଇଭରଙ୍କ ସୂଚନା ଅନୁସାରେ ଗାଡ଼ି ନଂଓଡି ୨୬ ଡି ୫୯୮୭ ପିକ୍ଅପ୍ ଗାଡ଼ି ଟି ବଲାଙ୍ଗିର ଡିପୋରୁ ବିଦେଶୀ ମଦ ନେଇ ଲଖନା ଯାଉଥିଲା । କିନ୍ତୁ ଗାଡ଼ିରେ ଥିବା ବିହାରୀ ଜଣଙ୍କ ମଦ ବିକ୍ରି କରୁଥିବା କୁଚିଆ ମାନଙ୍କୁ ରାସ୍ତାରେ ପଡୁଥିବା ଗାଁ ମାନଙ୍କରେ ବେଆଇନ ଭାବେ ମଦ ପହଞ୍ଚାଇ ଆସୁଥିଲେ । ତେବେ ପିକ୍ଅପ ଗାଡ଼ିର ହାବଭାବରୁ ସନ୍ଦେହ କରି ସୁଦର୍ଶନ ସେଠ୍ ଏବଂ ଚନ୍ଦ୍ରମଣି ପ୍ରଧାନ ଗାଡ଼ିର ପିଛା କରିଥିଲେ । ଗାଡ଼ି ଟି ଜାମଚୁଆଁ ଗ୍ରାମରେ ମାଲ୍ ଓହ୍ଲାଇବା ସମୟରେ ସୁଦର୍ଶନ ଲାଠୋର ପୋଲିସ ଏବଂ ପାଟଣାଗଡ଼ ଅବକାରୀ ବିଭାଗକୁ ଜଣାଇଥିଲେ । ଲାଠୋର ପୋଲିସ ଏବଂ ପାଟଣାଗଡ଼ ଅବକାରୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲକ୍ଷାଧିକ ଟଙ୍କାର ବେଆଇନ ବିଦେଶୀ ମଦ ଜବତ କରି ପାଟଣାଗଡ଼ ନେଇଥିବା ଜଣାପଡିଛି । ଏହି ଘଟଣାରେ ଅବକାରୀ ବିଭାଗ ଦ୍ୱାରା ଗାଡିର ଡ୍ରାଇଭର ଏବଂ ବିହାରୀକୁ ଅଟକ ରଖାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.