oom

ଶିକ୍ଷକ ଅରୁଣ କୁମାର ସ୍ୱାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା ରାଉରକେଲା ସିଟି ଜୋନ୍ ତରଫରୁ କୋଏଲ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ତଥା ଓଷ୍ଟାର ବରିଷ୍ଠ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ୱାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି ସଭାରେ ଓଷ୍ଟା ରାଉରକେଲା ସିଟି ଜୋନ୍ ସଭାପତି ଶିଶିର ପାଣି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପ୍ରଫୁଲ୍ଲ ସ୍ୱାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଓଷ୍ଟା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଭାପତି ବିଭୀଷଣ ବାରିକ, ବ୍ରଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ, ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାଧୁରୀ କେରକେଟା, ବିଶ୍ରାର ଓଷ୍ଟା ସଭାପତି ମଙ୍ଗଳୁ ମହନ୍ତ, ଆର୍‌ଇସି କ୍ଲଷ୍ଟରର ସିଆର୍‌ସିସି ସିପ୍ରା ସାହୁ, ଲାଠିକଟା ବ୍ଲକର ସମ୍ପାଦକ ଅମୂଲ୍ୟ ସାମଲ, କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ ବେହେରା, ଶରତ ସାହୁ, କୋଏଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତ, ଶିଶିର ସାମଲ, ବିନୋଦ ବିହାରୀ ସାହୁ, ଲକ୍ଷ୍ମଣ ଗୌଡ, ହୃଷିକେଶ ନାୟକ, ସୁଶାନ୍ତ ସିଂହ, ପଦ୍ମନାଭ ଦାଶ, ରଞ୍ଜନ କୁମାର ସାମଲ, ନିତ୍ୟାନନ୍ଦ ବେହେରା, ମହେନ୍ଦ୍ର ସିଂ, ପ୍ରତାପ ରାଉତ, ପ୍ରତାପ ପ୍ରଧାନ, ଶ୍ରୀ ସ୍ୱାଇଁଙ୍କ ସହଧର୍ମିଣୀ ପୁଷ୍ପଲତା ସ୍ୱାଇଁ, ଝିଅ ଆକାଂକ୍ଷା ସ୍ୱାଇଁ, ପୁତ୍ର ଆକାଶ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ସମ୍ମାନ ପ୍ରାପ୍ତ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ଆଗାମୀ ଅବସରକାଳୀନ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେବା ସହ ନିରୋଗ ରହିବା ନେଇ କାମନା କରିବା ସହ ତାଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟ ବିଦ୍ୟାପୀଠ ଓ ଓଷ୍ଟା ପରିବାର ପାଇଁ ପ୍ରେରଣାଦାୟୀ ହୋଇ ରହିବ ବୋଲି ମତ ରଖିଥିଲେ । ଏହି ଅବସରରେ ଶ୍ରୀ ସ୍ୱାଇଁଙ୍କୁ ବିଭିନ୍ନ ବିଦ୍ୟାଳୟ ତରଫରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତରରେ ଶ୍ରୀ ସ୍ୱାଇଁ ସମସ୍ତଙ୍କ ସହଯୋଗ ଓ ଆଶିର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ଯାହା ସଭାରେ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ଶେଷରେ ରାଜ୍ୟ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.