ରୋତ କଲେଜ ଅଧ୍ୟକ୍ଷଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ସରସ୍ୱତୀଙ୍କ ପ୍ରତିମା ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ଆଜି ଅବସର ନେଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ ଦର୍ଜିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂତନ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ମଞ୍ଚାସୀନ ଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇ ବିଦାୟୀ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କର ନିରାମୟ ସୁସ୍ଥ ଭବିଷ୍ୟତ ଜୀବନ କାମନା କରିଥିଲେ । ଇଂରାଜୀ ଅଧ୍ୟାପକ ଆର୍ଯ୍ୟେନ୍ଦୁ କୁମାର ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ନାମକୁ ସାର୍ଥକ କରିବା ସକାଶେ ପରିସରରେ ବୀଣାପାଣି ସରସ୍ୱତୀଙ୍କ ଏକ ପ୍ରତିମା ସ୍ଥାପନ କରାଯାଇଥିଲା ।

Leave A Reply

Your email address will not be published.