ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନର ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷା ସଦନର ଅଧ୍ୟକ୍ଷ ଶିଶିର କୁମାର ସାମଲଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଏବିଇଓ କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରିଵଚନ ପ୍ରଦାନ କରି କହିଲେ ଯେ ଶୁଣିବା, କହିବା, ପଢ଼ିବା ଓ ଲେଖିବା ହେଉଛି ଉତ୍ତମ ଛାତ୍ରଛାତ୍ରୀଙ୍କ ଲକ୍ଷଣ । ଏହାସହ ବିଦ୍ୟାଳୟର ଜୀବନ ଓ ସଂସ୍କାରିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ନିଜେ ଭଲହୁଅ ଓ ଭଲକାମ କରିବା ସହ ସମୟାନୁବର୍ତ୍ତିତା, ସତ ସାହାସ, ସତ ଚିନ୍ତନକୁ ଆପଣାଇ ପରଶ୍ରିକାତରତା, ଇର୍ଷା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତର ଓ ସେମାନଙ୍କର ଅଭିଜ୍ଞତାକୁ ପ୍ରକାଶ କରିଥିଲେ । ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୃତ୍ୟ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଧାଂଶୁ ମିଶ୍ର, ଜୟନ୍ତ ନାୟକ, ପ୍ରବୀର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଶ୍ରୀବତ୍ସ ସାମଲ, ଶରତ କୁମାର ପ୍ରଧାନ, ଆର୍ତ୍ତବନ୍ଧୁ ବିଶବାଳ, ରେଖା ବୋଷ, ନୀଳିମା ମହାପାତ୍ର, ଲକ୍ଷ୍ମୀ ସାହୁ, ମମତା ମତଗଜସିଂ, ମୋନାଲିସା ଗୈାଡ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସଂଯୋଜିକା ଶ୍ରୀମତୀ ଜେନା ଧନ୍ୟବାଦ ଅର୍ପଣ ସହ ଛାତ୍ରଛାତ୍ରୀ ମାନଙ୍କୁ ସୁମଣିଷ ହେବା ପାଇଁ ଆହ୍ୱାନ ଦେଇଥିଲେ।