ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (କେପିଏନଏସ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା ସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଡ଼ଃ. ଶିବନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନାଟ୍ୟକାର ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବବ୍ରତ ଦେ, ମୁଖ୍ୟବକ୍ତା ଭାବେ ପାଉଁଶକୁଲି ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବପ୍ରସାଦ ଜେନା ଯୋଗଦେଇ କଠିନ ପରିଶ୍ରମ ସହିତ ଗରୁଜନ ମାନଙ୍କ ଆଶୀର୍ବାଦ ବଳରେ ବିଦ୍ୟାର୍ଥିମାନେ ନିଜ ଉପଯୁକ୍ତ ଲକ୍ଷ୍ୟପଥରେ ପହଞ୍ଚିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀମାନେ ଦ୍ୱିତୀୟ ବର୍ଷର ଛାତ୍ରୀମାନଙ୍କୁ ଗୋଲାପ ଫୁଲ ଏବଂ ଉପହାର ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଦ୍ୱିତୀୟ ବର୍ଷର ଛାତ୍ରୀମାନେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସଫଳତା ଏବଂ ଭବିଷ୍ୟତ ଉଜ୍ୱଳମୟ ନିମନ୍ତେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଓ ଅଧ୍ୟାପକ ମାନଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ । ଏଥିରେ ପ୍ରଥମ ବର୍ଷର ଛାତ୍ରୀ ଝାନସୀ ଗିରି, ଆଦ୍ୟାଶା ପରିଡ଼ା, ଯଶୋମତୀ ସେଠୀ, ଗାୟତ୍ରୀ ପ୍ରଧାନ, ଅନୁରାଧା କାମିଳା, ଜ୍ୟୋତ୍ସ୍ନା ରାଣୀ ଦେ, ପ୍ରତିଭା ଦାସ, ଅର୍ଚ୍ଚନା ଦତ୍ତ,ସୁସ୍ମିତା ଚନ୍ଦ, ରାଜଲକ୍ଷ୍ମୀ ଦେ, ରେଖାରାଣୀ ମୁଖି, ସୁଭଦ୍ରା ପଣ୍ଡା ପ୍ରମୁଖ ସଭାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.