ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ପଣ୍ଡକାମାଲ ପଞ୍ଚାୟତର ଆମ୍ବଗାଁ ବିଦ୍ୟାଳୟରେ କାର୍ଯ୍ୟରତ ଥାଇ ଅବସର ଗ୍ରହଣ କରିଥିବା ଶିକ୍ଷକ ମିହିର କୁମାର ଦୁବେଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମ.ରାମପୁର ବ୍ଲକ୍ କଲୋନୀ ଉ.ପ୍ରା ବିଦ୍ୟାଳୟରେ ଆୟୋଜିତ ସଭାରେ ମ.ରାମପୁର ସିଆର୍‌ସିସି ବୀରେନ୍ଦ୍ର ରଥ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ବିଆର୍‌ସିସି ଜୟସେନ ନିଆଲ, ଏବିଇଓ ବେଣୁଧର କୁମାର, ଶିକ୍ଷକ ସଂଘର ସଭାପତି ବିଭୂତି ଭୂଷଣ ପ୍ରହରାଜ, ସମ୍ପାଦକ ପ୍ରଫୁଲ୍ଲ ସାହୁ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶ୍ରୀ ଦୁବେଙ୍କୁ ମାନପତ୍ର, ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର କ୍ଳଷ୍ଟର ଅଧିନସ୍ଥ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.