
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ସଭାଗୃହଠାରେ ଜିଲ୍ଲାର ୧୪ଟି ବ୍ଲକ ଓ ପୌରାଞ୍ଚଳର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରାଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ଚରଣ ମେହେର, ପ୍ରଧାନଶିକ୍ଷକ ସନ୍ତୋଷିନୀ ସେଠୀ, ରମାଇ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ୱାଳ, ଟିଟିଲାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକମାନଙ୍କ ଦ୍ୱାରା ଶ୍ରୀବେହେରାଙ୍ଗୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଶ୍ରୀ ବେହେରା କରୋନା ଭଳିଆ କଠିନ ପରିସ୍ଥିତିରେ ସମସ୍ତ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଅବ୍ୟାହତ ରହିବା କଥାକୁ ସ୍ମରଣ କରିଥିଲେ । ପରୀକ୍ଷା ପେ ଚର୍ଚ୍ଚା ପୋର୍ଟାଲରେ ଜିଲ୍ଲା ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପଞ୍ଜୀକରଣ ରାଜ୍ୟରେ ପ୍ରଥମ ସ୍ଥାନରେ ଥିବା ଖବର ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରୁ ଜଣେ ଲେଖାଏଁ ପ୍ରଧାନ ଶିକ୍ଷକମାନଙ୍କ ପ୍ରତିନିଧିଭାବେ ସନ୍ତୋଷିନୀ ସେଠୀ, ଦିଲିପ ଯୋଶୀ, ହେମନ୍ତ ବାରିକ, ସରୋଜ ନାୟକ, ବାଳକୃଷ୍ଣ ମହାନନ୍ଦ, ବରୁଣ ସାହୁ, ଲୋକନାଥ ମହେର, ରାଧାକାନ୍ତ ସୁଆର, ସୁନିଲ ପାତ୍ର, ଶ୍ୟାମସୁନ୍ଦର କୁଅଁର, ନିମାଇଁ ଚରଣ ମିଶ୍ର, ବିଭୂତି ଭୂଷଣ ବେହେରା ପ୍ରମୁଖ ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ରାମଗୋପାଳ ଖମାରୀ ଶର୍ମା କରିଥିବା ବେଳେ ଉଦ୍ଦେଶ୍ୟ ଜ୍ଞାପନ ନୀଳମଣି ପଟେଲ ଓ ଧନ୍ୟବାଦ ଅର୍ପଣ କରିଥିଲେ ଚିତ୍ତରଞ୍ଜନ ପଣ୍ଡା । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁନୀଲ ବେହେରା, ଅଗ୍ନି ନାଏକ, ସୁନୀଲ ପାତ୍ର, ଆନନ୍ଦ ବଡପଣ୍ଡା ସହଯୋଗ କରିଥିଲେ ।