om academy

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ପଞ୍ଚାୟତ ଅନ୍ତର୍ଗତ ଗଡ଼ଭାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ଭାଟି ଶିକ୍ଷକ ମୋହନଲାଲ ସାହୁ (ବାବୁଲାଲ)ଙ୍କୁ ସ୍କୁଲ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗଡ଼ଭାଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଆସୁଥିଲେ । ଆଜି ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଅଶୋକ ଗିଙ୍ଗରା ଓ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ହରିହର ବୁଡ଼େକ, ସୁବଳ ସାହୁ, ପଙ୍କଜ ପଧାନ, ଜୋସ୍ନାରାଣୀ ପାଢ଼ୀ, ପୁଷ୍ପାଞ୍ଜଳି ବରିହା ଏବଂ ସ୍କୁଲ ପରିଚାଳନା କମିଟି ସଭାପତି କୁଞ୍ଜ ବିହାରୀ ଡନସନା ଓ ସମସ୍ତ ସଭ୍ୟସଭ୍ୟା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଫୁଲତୋଡ଼ା ଓ ଛତା, ଭାଗବତ ଗୀତା, ଉତ୍ତରୀୟ ଦେଇ ସ୍ୱାଗତ କରିବା ସହିତ ଆଗାମୀ ଜୀବନ ଭଲରେ ରହିବେ ବୋଲି ସମସ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ । ଶ୍ରୀ ସାହୁ ୧୯ ବର୍ଷ ଗଡ଼ଭାଟି ସରକାରୀ ସ୍କୁଲରେ ଶିକ୍ଷକତା କରିଥିବାରୁ ଆଜି ସମୟରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିଲେ ଓ ଶ୍ରୀ ସାହୁଙ୍କୁ ବିଦାୟ ଦେଇଥିଲେ ।

Leave A Reply

Your email address will not be published.