ବନପାଳଙ୍କୁ ବିଦାୟକାଳୀନ ଓ ବନରକ୍ଷୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲି ବନାଞ୍ଚଳ ଅନ୍ତର୍ଗତ ଭଟିଲି ସେକ୍ସନର ବନପାଳ ସୁଦାମ ଜଗଦଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଭାବରେ ଯୋଗଦାନ କରିଥିବା ଦ୍ୱାରୀ ବିଟର ବନରକ୍ଷୀ ଶ୍ରୀମତୀ ଲିଜି ମହାପାତ୍ରଙ୍କୁ ଶ୍ରୀ ଶ୍ରୀ ମା’ ଘଣ୍ଟେଶ୍ୱରୀ ଟ୍ରଷ୍ଟ ବୋର୍ଡ ଭଟିଲି ଓ ଅମ୍ବାଭୋନା ପକ୍ଷରୁ ସ୍ୱାଗତ କରାଯାଇଛି । ଭବାନୀଶଙ୍କର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବନପାଳ ଉର୍ଦ୍ଧବ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । କୃତାର୍ଥ ନାଏକ ବିବରଣୀ ପାଠ କରିଥିବା ବେଳେ ଦୋମୋଦର ଭୋଇ, ଶଶିଭୂଷଣ ନାୟକଙ୍କ ସହ ଏ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଦାୟୀ ବନପାଳ ସୁଦାମ ଜଗଦଲା ଓ ଦ୍ୱାରୀ ବିଟର ନୂତନ ଭାବରେ ଯୋଗଦାନ କରିଥିବା ବନରକ୍ଷୀ ଲିଜି ମହାପାତ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.