oom

ହତ୍ୟା ଉଦ୍ୟମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ବଲାଙ୍ଗିର ଲର୍କିପାଲିର ଦାସ ବାଗକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ବଲାଙ୍ଗିର ଟାଉନ ଥାନା ଚଟିଆପାଲିରେ ଭଡା ଘରେ ରହି ଆସୁଥିବା ପ୍ରମିଳା (ଛଦ୍ମନାମ) ଭୋଇ ନାମୀ ଯୁବତୀ ଅନ୍ୟ ଘରର କାମ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ଗତ ତା.୦୬.୦୩.୨୦୨୩ ତାରିଖ ପ୍ରାୟ ୭ରୁ ୮ ଟା ସମୟରେ କନ୍ଧପାଲିପଡା ଠାରୁ ଘରକାମ ସାରି ଫେରୁଥିବା ସମୟରେ କନ୍ଧପାଲିପଡାର ବନ୍ଧଆଡି ଦେଇ ଆସୁଥିଲେ ଏହି ସମୟରେ ଅଭିଯୁକ୍ତ ଦାସ ବାଗ ପୂର୍ବ ଶତୃତାକୁ କେନ୍ଦ୍ର କରି ତାଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟ ରଖି ଗୋଟିଏ ଧାରୁଆ ଛୁରି ସାହାଯ୍ୟରେ ହଠାତ୍‌ ବାରମ୍ବାର ଆକ୍ରମଣ କରିଥିଲା । ଫଳରେ ପ୍ରମିଳା ଭୋଇ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଥିଲେ । ସେ ସମୟରେ ଏହି ଘଟଣା ବଲାଙ୍ଗିର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସରକାରଙ୍କ ତରଫରୁ ଅତିରିକ୍ତ ପିପି ଓଁକାର ନାୟକ ମକଦ୍ଦମା ପରିଚାଳନା କରୁଥିଲେ ।

jittmm
Leave A Reply

Your email address will not be published.