csstore

କେଭି ଡିଗ୍ରୀ ମହାବିଦ୍ୟାଳୟର ଜୈବ ବିବିଧତା କ୍ଷେତ୍ର ପରିଦର୍ଶନ : ଗନ୍ଧମାର୍ଦ୍ଦନ ଜୈବ ବିବିଧତା ଉପରେ ପଚାରି ବୁଝିଲେ ଛାତ୍ରୀଛାତ୍ର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ ଜୈବ ବିବିଧତା ଐତିହ ସ୍ଥଳୀ ସରକାରଙ୍କ ତରଫରୁ ନିକଟରେ ଘୋଷଣା ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼ରେ ୨୪ରୁ ଅଧିକ ଚିରସ୍ରୋତା ଝରଣା, ଏକ ହଜାରରୁ ଅଧିକ ବୃକ୍ଷ, ଔଷଧୀୟ ଗୁଳ୍ମ ଲତା, ୬ଶହରୁ ଅଧିକ ଜୀବଜନ୍ତୁ, ସରୀସୃପ, କ୍ଷୁଦ୍ର ପ୍ରାଣୀ ଥିବା ସରକାରୀ ଗବେଷଣାରୁ ଜଣା ଯାଇଛି । ଯାହାକୁ ନେଇ ଗବେଷକ, ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିବା ବେଳେ ଜଙ୍ଗଲ ବିଭାଗ ତରଫରୁ ପରିବେଶ ଓ ଜୈବ ବିବିଧତା ଉପରେରେ ସ୍ଵତନ୍ତ୍ର ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ କଣ୍ଟାବାଞ୍ଜି କେଭି ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରୀଛାତ୍ର ଗନ୍ଧମାର୍ଦ୍ଦନ ପାହାଡ, ହରିଶଙ୍କର, କନ୍ଦରାଭଟା ବୁଲିଥିଲେ । ପାହାଡ଼ ଓ ଔଷଧୀୟ ପାର୍କ ବୁଲି ଦେଖିବା ସହ ବିଭିନ୍ନ ବୃକ୍ଷ, ଔଷଧୀୟ ଗୁଳ୍ମ ଲତା ସମ୍ପର୍କରେ ବନବିଭାଗ ଅଧିକାରୀ, ପାରମ୍ପାରିକ ବୈଦ୍ୟମାନଙ୍କଠାରୁ ପଚାରି ବୁଝିଥିଲେ । ଏହି ଅବସରରେ ହରିଶଙ୍କର ବାନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ, ଉପ ବନାଞ୍ଚଳ ଅଧିକାରୀ ସୁନୀଲ କୁମାର ମିଶ୍ର, ବନପାଳ ରଞ୍ଜିତ କୁମ୍ଭାର, କେଭି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ା. ସଞ୍ଜୟ କୁମାର ମିଶ୍ର, ଅଧ୍ୟାପିକା ପ୍ରଭାସିନୀ ରାଉତରାୟ, ପ୍ରଦ୍ୟୁମ୍ନ ବାଗ, କ୍ରିଷ୍ଣା ମେହେର, ସୂଚୀ ବେହେରା, ପାରମ୍ପାରିକ ବୈଦ୍ୟ ଯୋଗେଶ୍ୱର ଧରୁଆ, ଅଭୟ ତ୍ରିପାଠୀ, ବନରକ୍ଷୀ ମହେନ୍ଦ୍ର କାଲସାଏ, ଦିପାଞ୍ଜଳୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଡ. ସଞ୍ଜୟ ମିଶ୍ର ଗାନ୍ଧମାର୍ଦ୍ଧନ ପର୍ବତର ଐତିହାସିକ ବିବରଣୀ ସଭିଙ୍କୁ ବୁଝାଇଥିଲେ ।

jayashree
Leave A Reply

Your email address will not be published.