om academy

ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

jsm
  • ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ
  • ଡ଼ି. ଏମ୍‌. ଏଫ୍. ପାଣ୍ଠି ବିନିଯୋଗରେ ଖଣି ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ
  • ସଂକଳ୍ପ ପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପରାମର୍ଶ
  • ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ କରାଯିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ନୂଆ ସରକାରଙ୍କ ଉପରେ ଜନ ସାଧାରଣଙ୍କ ବହୁତ୍ ଆଶା ଆକାଂକ୍ଷା ଅଛି ବୋଲି ସେ ମତ ଦେବା ସହିତ ରାଜ୍ୟ ଯୋଜନା ବଜେଟ୍‌ରେ ଏହା ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଯୋଜନା ଗୁଡିକ ଯେପରି ତୃଣମୂଳ ସ୍ତରରେ ଠିକ୍ ଭାବରେ ପହଞ୍ଚିବ ଓ ଲୋକ ଏହାର ସୁଫଳ ପାଇବେ ସେ ଉପରେ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ୱ ଦେଇ ଏହି ପାଣ୍ଠି ସହାୟତାରେ ଖଣି ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜିଲ୍ଲା ସ୍ଥିତ ମେଡିକାଲ୍‌ କଲେଜ ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ଉପରେ ସେ ଗୁରୁତ୍ଵ ଦେଇଥିଲେ । ଦଳର ସଂକଳ୍ପ ଅନୁଯାୟୀ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ କରି ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସଂକଳ୍ପ ପତ୍ରର ସବୁ ପ୍ରମୁଖ ପ୍ରତିଶ୍ରୁତି ଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧରେ ବିଶଦ ଭାବରେ ଅବଗତ କରାଇଥିଲେ ।

Leave A Reply

Your email address will not be published.