
- ଗଞ୍ଜେଇ ସହ ବାଇକ୍ ସିଜ୍ କଲା ଅବକାରୀ ବିଭାଗ
ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ଅବକାରୀ ବିଭାଗର ଚଢ଼ାଉ ବେଳେ ଗଞ୍ଜେଇ ଜବତ, ଜଣେ ଗିରଫ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମାଡ଼ିଗୁଡ଼ା ଗାଁର ମୁଖ୍ୟବନ୍ତ ଯୋଷୀ (୪୦) ତାଙ୍କ ବାଜାଜ୍ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ଅଭିଯୁକ୍ତଙ୍କ ଠାରୁ ୩ କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଏକ ବଜାଜ ମୋଟର ସାଇକଲକୁ ମଧ୍ୟ ଜବତ କରିଛି । ଏନେଇ ଅବକାରୀ ଅଧିକାରୀ ପ୍ରବୀଣ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉ ବେଳେ ଈଶ୍ୱର ଚନ୍ଦ୍ର ଭୋଇ, ରଞ୍ଜନ ମିଶ୍ର, ଆଶିଷ ପଟେଲ୍ ପ୍ରମୁଖ ବିଭାଗୀୟ କର୍ମଚାରୀ ସାମିଲ୍ ଥିଲେ ।