ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ଶୀର୍ଷକ ଆଲୋଚନାଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ “ବିବେକାନନ୍ଦ ବିଶ୍ଵ ଚେତନା ଅଭିଯାନର ସଂପାଦକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନି, ବାଣୀ, ଆଦର୍ଶ ସଂପର୍କରେ ଏକ ଦୀର୍ଘ ବକୃତା ପ୍ରଦାନ କରିଥିଲେ । ସ୍ୱାମୀ ବିବେକାନନ୍ଦ ସଂପର୍କିତ ଅନେକ ପ୍ରଶ୍ନ ଛାତ୍ରଛାତ୍ରୀ ମାନଙ୍କୁ କରାଯାଇଥିଲା । ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।ଏହି ସଭାରେ ଅଧ୍ୟାପକ ପ୍ରଦୀପ କୁମାର ଦେ୍ୱାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ଦେବରାଜ ସାହୁ , ଅଭିନାଶ ମହାପାତ୍ର, ଅଙ୍କିତ କୁମାର ଦାସ, ଅଧ୍ୟାପିକା ମୀନା କୁମାରୀ ସାହୁ , ପୁଷ୍ପ ମଞ୍ଜରୀ ପ୍ରଧାନ, ଅଞ୍ଜଳି ବାଗ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସଭାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.